ଓଡିଶା

odisha

ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ନକଆଉଟ ସୂଚୀ ଜାରି କଲା BCCI

ନକଆଉଟ ପର୍ଯ୍ୟାୟର ସମସ୍ତ ମ୍ୟାଚ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯିବ । ଅଧିକ ପଢନ୍ତୁ...

By

Published : Jan 22, 2021, 10:18 PM IST

Syed mushtaq Ali T20: Knockouts Schedule announced
ସୟଦ ମୁସ୍ତାକ ଅଲୀ ଟ୍ରଫି: ନକଆଉଟ ସୂଚୀ ଜାରିକଲା ବିସିସିଆଇ

ହାଇଦ୍ରାବାଦ:ବିିସିସିଆଇ ପକ୍ଷରୁ ଘୋଷଣା ହୋଇଛି ସୟଦ ମୁସ୍ତାକ ଅଲୀ ଟ୍ରଫି 2021ର ଟୁର୍ଣ୍ଣାମେଣ୍ଟର ନକଆଉଟ୍ ପର୍ଯ୍ୟାୟ ମ୍ୟାଚ ସୂଚୀ ।

ଜାନୁଆରୀ 26ରେ ଅପରାହ୍ନ 12.00ରେ କୋଲକାତା ଓ ପଞ୍ଜାବ ମଧ୍ୟରେ ପ୍ରଥମ କ୍ବାଲିଫାୟର(କ୍ବାର୍ଟର-ଫାଇନାଲ) ମ୍ୟାଚ ଖେଳାଯିବ । ସମାନଦିନ ସନ୍ଧ୍ୟା 7.00ଟାରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ ।

27 ଜାନୁଆରୀ ଅପରାହାନ୍ 12.00ଟାରେ ହରିୟାଣା ଓ ବରୋଦା ମଧ୍ୟରେ କ୍ବାଲିଫାୟର 3 ଖେଳାଯିବ । ସେହିପରି ସନ୍ଧ୍ୟାରେ ବିହାର ଓ ରାଜସ୍ଥାନ ମଦ୍ୟରେ 4ର୍ଥ କ୍ବାଲିଫାୟର ଖେଳାଯିବ ।

ପରେ କ୍ବାଲିଫାୟର 2ର ବିଜେତା ଓ କ୍ବାଲିଫାୟର 4ର ବିଜେତା ମଧ୍ୟରେ ଜାନୁଆରୀ 29 ରେ ପ୍ରଥମ ସେମିଫାଇନାଲ ଖେଳାଯିବ । ସମାନଦିନ କ୍ବାଲିଫାୟର 1 ଓ କ୍ବାଲିଫାୟର 3ର ବିଜେତା ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ଖେଳାଯିବ ।

ପରେ ପ୍ରଥମ ସେମିଫାଇନାଲର ବିଜେତା ଓ ଦ୍ବିତୀୟ ସେମିଫାଇନାଲର ବିଜେତା ମଧ୍ୟରେ ଫାଇନାଲ ମୁକାବିଲା 31 ଜାନୁଆରୀରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details