ଅହମ୍ମଦାବାଦ: ଦିନେଶ କାର୍ତ୍ତିକଙ୍କ ନେତୃତ୍ବରେ 2021 ସଂସ୍କରଣର ସୟଦ ମୁସ୍ତାକ ଅଲୀ ଟ୍ରଫି ଚମ୍ପିଆନ ହୋଇଛି ତାମିଲନାଡୁ । ସର୍ଦ୍ଦାର ପଟେଲ ଷ୍ଟାଡିୟମ(ମୋଟେରା), ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ବରୋଦାକୁ 7 ୱିକେଟରେ କଲା ପରାସ୍ତ । ଏଥିସହ ତାମିଲନାଡୁର ଶେଷ ହେଲା 13 ବର୍ଷର ମୁସ୍ତାକ ଅଲୀ ଟ୍ରଫି ବିଜୟ ଅପେକ୍ଷା । ପ୍ରଭାବୀ ପ୍ରଦର୍ଶନ ପାଇଁ ମନିମରନ ସିଦ୍ଧାର୍ଥ ପ୍ଲେଆର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି । ସିଦ୍ଧାର୍ଥ 4 ଓଭରରେ 20 ରନ ବ୍ୟୟରେ ବରୋଦାର 4ଜଣ ପ୍ରମୁଖ ଖେଳାଳିଙ୍କୁ ପ୍ୟାଭିଲିୟମ ପଠାଇ ବିଜୟରେ ପ୍ରମୁଖ ଯୋଗଦାନ ଦେଇଥିଲେ ।
ଟସ ଜିତି ପ୍ରଥମେ ବରୋଦାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ତାଲିମନାଡୁ କ୍ୟାପଟେନ ଦିନେଶ କାର୍ତ୍ତିକ । ଏହାପରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 120 ରନ ସଂଗ୍ରହ କରିପାରିଥିଲା ବରୋଦା । ଏଥିସହ ତାମିଲନାଡୁ ସାମ୍ନାରେ 121 ରନର ବିଜୟ ଲକ୍ଷ୍ୟ ରହିଥିଲା ।