ନୂଆଦିଲ୍ଲୀ: ବିବାଦୀୟ ଟ୍ବିଟ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସର ନିଲମ୍ବିତ ଡାକ୍ତର ମଧୁ ଥୋତ୍ତପିଲ୍ଲି କ୍ଷମା ପ୍ରାର୍ଥନା କରିଛନ୍ତି ।
କ୍ଷମା ମାଗିଲେ ସିଏସକେ ଡାକ୍ତର, ଗଲୱାନ ଘଟଣାରେ କରିଥିଲେ ବିବାଦୀୟ ଟ୍ବିଟ - ନିଲମ୍ବିତ ଡାକ୍ତର ମଧୁ ଥୋତ୍ତପିଲ୍ଲି
ବିବାଦୀୟ ଟ୍ବିଟ ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସର ନିଲମ୍ବିତ ଡାକ୍ତର ମଧୁ ଥୋତ୍ତପିଲ୍ଲି କ୍ଷମା ପ୍ରାର୍ଥନା କରିଛନ୍ତି ।
ଭାରତ-ଚୀନ ସୀମାର ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷରେ ଭାରତର 20ଜଣ ଜବାନ ସହିଦ ହୋଇଛନ୍ତି । ଏନେଇ ଭାରତ ସରକାରଙ୍କୁ କଟାକ୍ଷ କରି 16 ଜୁନରେ ଏକ ବିବାଦୀୟ ଦ୍ବିଟ କରିଥିଲେ ମଧୁ ଥୋତ୍ତପିଲ୍ଲି । ଏହାପରେ କଡା ସମାଲୋଚନାର ଶିକାର ହୋଇଥିଲେ ଡାକ୍ତର ମଧୁ । ବିବାଦ ବଢିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଲମ୍ବିତ କରିଥିଲା ।
ତେବେ ସେ ତାଙ୍କର ଭୁଲ ବୁଝିପାରିଛନ୍ତି ଓ ପୋଷ୍ଟ ହଟାଇ ଦେଇଥିବା କହିଛନ୍ତି । ସରକାରଙ୍କ ପ୍ରତି ସେ ବ୍ୟବହାର କରିଥିବା ଶବ୍ଦ ସଠିନ ନଥିଲା ବୋଲି ସେ ହୃଦୟଙ୍ଗମ କରିଥିବା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଡାକ୍ତର ।