ଓଡିଶା

odisha

ETV Bharat / sports

ଧୋନିଙ୍କ ପରେ ରାଇନା, ଆଉ ନୀଳ ଜର୍ସିରେ ନଜର ଆସିବେନି - ଧୋନିଙ୍କ ଅବସର ଘୋଷଣା

ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଘୋଷଣା କରିବାର କିଛି ମିନିଟ ପରେ ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।

Suresh Raina joins MS Dhoni, announces international retirement
ଧୋନିଙ୍କ ପରେ ରୈନା, ଆଉ ନୀଳ ଜର୍ସିରେ ନଜର ଆସିବେନି

By

Published : Aug 15, 2020, 10:48 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଘୋଷଣା କରିବାର କିଛି ମିନିଟ ପରେ ରାଇନାଙ୍କ ଅବସର ଘୋଷଣା ସାମ୍ନାକୁ ଆସିଥିଲା ।

ଅବସରକାଳୀନ ବାର୍ତ୍ତାରେ ରାଇନା ନିଜ ଇନଷ୍ଟାଗ୍ରାମ ପେଜରେ ଧୋନିଙ୍କ ଉଦ୍ଦେଶ୍ୟରେ ରାଇନା ଲେଖିଛନ୍ତି, "ମୁଁ କିଛି ନଥିଲି, ମାତ୍ର ତୁମ ସହିତ ଖେଳିବାର ସୌଭାଗ୍ୟ ମିଳିଥିଲା । ସେଥିପାଇଁ ମୁଁ ଗର୍ବିତ । ମୁଁ ତୁମ ସହିତ ରହିବାକୁ ଚିନ୍ତା କରିଛି । ଧନ୍ୟବାଦ ଭାରତ । ଜୟ ହିନ୍ଦ୍ ।"

ସୁରେଶ ରୈନା

ନଜର ପକାନ୍ତୁ ରାଇନାଙ୍କ କ୍ୟାରିୟର ଉପରେ...

ବର୍ଷ 2005 ଜୁଲାଇ 30ର ଦିନ ଥିଲା, ଯେବେ ରାଇନା ମେନ ଇନ ବ୍ଳୁ ପାଇଁ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସେ ପ୍ରଥମ ମ୍ୟାଚ ଖେଳିଥିଲେ ।

ସୁରେଶ ରୈନା

ପ୍ରଥମ ଦିନିକିଆରେ ସେ ମଧ୍ୟ ଶୂନ୍ୟରେ ଆଉଟ ହୋଇଥିଲେ । ତେବେ ସମୟ ସାଙ୍ଗରେ ତାଳଦେଇ ରାଇନା ବିଶ୍ବ କ୍ରିକେଟରେ ଜଣେ ସଫଳ ସୀମିତ ଓଭର କ୍ରିକେଟର ହୋଇପାରିଥିଲେ ।

ସୁରେଶ ରୈନା

ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ କ୍ରିକେଟର 3ୟ ଫର୍ମାଟରେ ଶତକ ଅର୍ଜନ କରିବାର ରେକର୍ଡ ରାଇନାଙ୍କ ନାମରେ ରହିଛି । 33 ବର୍ଷୀୟ ରାଇନା ଭାରତ ପାଇଁ 18ଟି ଟେଷ୍ଟ, 226ଟି ଦିନିକିଆ ଓ 78ଟି ଟି-20 ମ୍ୟାଚ ଖେଳିଛନ୍ତି । ରାଇନା ମଧ୍ୟ ଟିମ ଇଣ୍ଡିଆର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ରହିଛନ୍ତି ।

ଦିନିକିଆ କ୍ରିକେଟରେ 35.31 ଆଭରେଜରେ 5,615 ରନ ସଂଗ୍ରହ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ 768 ରନ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ରହିଛି 120 ।

ଟି-20ରେ 29.18 ଆଭରେଜରେ 1605 ରନ କରିଛନ୍ତି । ରାଇନା 2011 ବିଶ୍ବକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଛନ୍ତି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟରଫାଇନାଲ ଓ ସେମିଫାଇନାଲରେ ଗୁରୁତ୍ବପୂର୍ଣ୍ଣ ଇଂନିସ ଖେଳିଥିଲେ ରାଇନା । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି ରାଇନା ।

ଆଇପିଏଲରେ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି । ଖେଳିଥିବା ମୋଟ 193 ମ୍ୟାଚରୁ 33.34 ହାରରେ 5,368 ରମ ସଂଗ୍ରହ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details