ଓଡିଶା

odisha

ETV Bharat / sports

'ଦିଲ୍ଲୀ ପୋଲିସକୁ କରନ୍ତୁ ସହଯୋଗ, ମାନନ୍ତୁ ସରକାରୀ ଗାଇଡଲାଇନ' - COVID-19

ଟିମ ଇଣ୍ଡିଆ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ କୋରୋନା ଭାଇରସ ସମୟରେ ଲୋକଙ୍କୁ ସଚେତନତା ଅପିଲ କରିଛନ୍ତି । ଦିଲ୍ଲୀ ପୋଲିସକୁ ସହଯୋଗ କରିବା ସହ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପନ୍ତ ।

Support Dealhi Police and adhere govt guidelines to defeat COVID-19: Rishabh Pant
'ଦିଲ୍ଲୀ ପୋଲିସକୁ କରନ୍ତୁ ସହଯୋଗ, ମାନନ୍ତୁ ସରକାରୀ ଗାଇଡଲାଇନ'

By

Published : Apr 21, 2020, 10:24 AM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ କୋରୋନା ଭାଇରସ ସମୟରେ ଲୋକଙ୍କୁ ସଚେତନତା ଅପିଲ କରିଛନ୍ତି । ଦିଲ୍ଲୀ ପୋଲିସକୁ ସହଯୋଗ କରିବା ସହ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ କରିଛନ୍ତି ପନ୍ତ ।

ପନ୍ତ କହିଛନ୍ତି, ୱିକେଟ ପଛରେ ଗୋଟିଏ କ୍ୟାଚ ହାତଛଡା କରିବା କିମ୍ବା ଷ୍ଟମ୍ପିଂ ହାତଛଡା କରିବା ମ୍ୟାଚର ଫଳାଫଳ ଉପରେ ପ୍ରଭାବ ପକାଇଥାଏ । ସେହିପରି ଆମର ଗୋଟିଏ ଭୁଲ କୋରୋନା ବିରୋଧି ଏ ଲଢେଇରେ ଆମକୁ ମହଙ୍ଗା ପଡିବାର ସମ୍ଭାବନା ରହିଛି । ଆମେ କେବଳ ଏକତ୍ର ହୋଇ ଲଢିଲେ ଏହି ଯୁଦ୍ଧ ଜିତିପାରିବା ।

ସେଥିପାଇଁ ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ । ଘରେ ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ । କେବଳ ନିହାତି ଆବଶ୍ୟକୀୟ ଜିନିଷ ପାଇଁ ବାହାରକୁ ଆସନ୍ତୁ । ପନ୍ତଙ୍କ ଏହି ଭିଡିଓକୁ ଦିଲ୍ଲୀ ପୋଲିସ ନିଜ ଟ୍ବିଟର ପେଜରେ ସେୟାର କରିଛି ।

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା 17,000 ଟପିସାରିଥିବା ବେଳେ 559 ଲୋକ ପ୍ରାଣ ହରାଇସାରିଲେଣି ।

ABOUT THE AUTHOR

...view details