ଓଡିଶା

odisha

ETV Bharat / sports

ଆଇପିଏଲ 2020: 7ରନ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦ 7ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍‌ ଦେଇଛି । ଏହି ବିଜୟ ପରେ ହାଇଦ୍ରାବାଦ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ପହଞ୍ଚିଛି । ତେବେ 19ବର୍ଷୀୟ ପ୍ରିୟମ୍ ଗର୍ଗଙ୍କ ଦମଦାର ଇଂନିସ ଯୋଗୁଁ ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

By

Published : Oct 3, 2020, 8:47 AM IST

Updated : Oct 3, 2020, 9:14 AM IST

ଆଇପିଏଲ 2020: 7ରନ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ସନରାଇଜର୍ସ ହାଇଦ୍ରାବାଦଆଇପିଏଲ 2020: 7ରନ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ସନରାଇଜର୍ସ ହାଇଦ୍ରାବାଦ
ଆଇପିଏଲ 2020: 7ରନ୍‌ରେ ଚେନ୍ନାଇକୁ ମାତ୍‌ ଦେଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ: ଦୁବାଇ ଗ୍ରାଉଣ୍ଡରେ ସନରାଇଜର୍ସ ହାଇଦ୍ରାବାଦ 7ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍‌ ଦେଇଛି । ଏହି ବିଜୟ ପରେ ହାଇଦ୍ରାବାଦ ଟିମ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ପହଞ୍ଚିଛି । ଚଳିତ ସଂସ୍କରଣର 14ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦର ବୋଲରଙ୍କ ଚମତ୍କାର ବୋଲିଂ ବଳରେ ରୋମାଞ୍ଚକର ବିଜୟ ହାସଲ କରିଛି ଦଳ । ଅନ୍ୟପଟେ ଚେନ୍ନାଇ ସୁପରକିଙ୍ଗ୍ସ 2014 ପରେ ପ୍ରଥମ ଥର ପାଇଁ କ୍ରମାଗତଭାବେ 3ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ତେବେ 19ବର୍ଷୀୟ ପ୍ରିୟମ୍ ଗର୍ଗଙ୍କ ଦମଦାର ଇଂନିସ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି ।

ସନରାଇଜର୍ସ ହାଇଦ୍ରାବାଦ ଇଂନିସ

ଶୁକ୍ରବାର ଦୁବାଇ ଗ୍ରାଉଣ୍ଡରେ ବିଜୟଲକ୍ଷ୍ୟ ହାସଲ ପାଇଁ ଧୋନି ବାହିନୀ ଜୋରଦାର ପ୍ରୟାସ କରିଥିଲେ ମାତ୍ର ବିଜୟ ସ୍ବାଦ ଚାଖି ପାରିନାହିଁ ଚେନ୍ନାଇ । ଅନ୍ତିମ ଓଭର ଯାଏଁ ଧୋନି କ୍ରିଜରେ ରହିଥିଲେ ବି ଦଳକୁ କ୍ରମାଗତଭାବେ 3ୟ ପରାଜୟର ସାମ୍ନା କରିବାକୁ ପଡିଛି ।

ଚେନ୍ନାଇ ସୁପରକିଙ୍ଗ୍ସ ଇଂନିସ

ଚଳିତ ସଂସ୍କରଣର 14ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ-ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହୋଇଥିଲେ । ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ଯୁବ ଖେଳାଳି ପ୍ରିୟମ୍ ଗର୍ଗଙ୍କ ଅପରାଜିତ 51ରନ୍‌ର ଇଂନିସ ବଳରେ 20ଓଭରରେ ଟିମ 5 ଓ୍ବିକେଟ ହରାଇ 164ରନ ହାସଲ କରିଥିଲା । ଦଳ ପକ୍ଷରୁ 20ବର୍ଷୀୟ ଅଭିଷେକ ଶର୍ମା 31ରନ୍‌, ମନିଷ ପାଣ୍ଡେ 29ରନ୍‌, ଅଧିନାୟକ ଡେଭିଡ ୱାର୍ଣ୍ଣର 28ରନ୍‌,କେନ ୱିଲିୟମସନ 9ରନ୍‌, ଅବଦୁଲ ସମାଦ 8*ରନ ସଂଗ୍ରହ କରିଥିଲେ ।

ପଏଣ୍ଟ ଟେବୁଲ

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଦୀପକ ଚହର 2,ଶାର୍ଦ୍ଦୁଳ ଠାକୁର ଓ ପିୟୁଷ ଚାୱଲା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ 165ରନର ବିଜୟଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଚେନ୍ନାଇ ଦଳ । ଓପନର ଯୋଡି ଫାଫ ଡୁ ପ୍ଲେସିସ୍ ଓ ଶେନ ୱାଟସନ ଭଲ ଆରମ୍ଭ ଦେଇ ପାରି ନଥିଲେ । ଫାଫ ଡୁ ପ୍ଲେସିସ୍ ମାତ୍ର 22ରନ୍‌ରେ ଆଉଟ ହୋଇଯାଇଥିବାଳେ ଶେନ ୱାଟସନ ମାତ୍ର ଏକ ରନ୍‌ରେ କରି ପାଭିଲିୟନକୁ ଫେରି ଯାଇଥିଲେ । ଟିମକୁ ଫେରିଥିବା ଅମ୍ବାତି ରାୟୁଡୁ ବି ମାତ୍ର 8ରନ୍‌ ସଂଗ୍ରହ କରିଥିବାବେଳେ କେଦାର ଯାଦବ 3ରନ କରିଥିଲେ । ରବିନ୍ଦ୍ର ଜାଡେଜା ( 50ରନ, 35ବଲ୍‌, 5ଚୌକା,2ଛକା) ଓ ଏମଏସ ଧୋନି (47*ରନ, 36ବଲ, 4ଚୌକା, 1ଛକା) ଦଲକୁ ବିଜୟ ଦେବା ପାଇଁ ପ୍ରୟାସ କରିଥିଲେ ମାତ୍ର ପ୍ରୟାସ ଅଧୁରା ରହିଗଲା ।

ଶେଷ 3ଟି ଓଭର ବେଳକୁ ଚେନ୍ନାଇକୁ 63ରନର ଆବଶ୍ୟକତା ରହିଥିଲା । ଜାଡେଜା ଅର୍ଦ୍ଧଶତକ ପାଳି ଖେଳି 18ଓଭର4ବଲ୍‌ରେ ଆଉଟ ହୋଇଗଲେ । ତାଙ୍କ ସ୍ଥାନରେ ସାମ କରନ (15*) ଛକା ମାରିଥିଲେ । 19ଓଭରର ହାଇଦ୍ରାବାଦକୁ ଏକ ବଡ ଝଟକା ଲାଗିଥିଲା । କାରଣ ଅନୁଭବୀ ବୋଲର ଭୁବନେଶ୍ବର କୁମାର 19ଓଭରର2ୟ ବୋଲ ପକାଇବାବେଳେ ଆହତ ହୋଇ ଗ୍ରାଉଣ୍ଡ ବାହରକୁ ଯାଇଥିଲେ । ତାଙ୍କ ସ୍ଥାନରେ ଖଲିଲ ଅହମ୍ମଦ ବୋଲିଂ କରିଥିଲେ । ତେବେ ଅନ୍ତିମ ଓଭରରେ ଚେନ୍ନାଇକୁ ବିଜୟ ପାଇଁ 28ରନର ଆବଶ୍ୟକ ଥିଲା । ଏହି ଓଭରରେ ଡେଭିଡ ୱାର୍ଣ୍ଣର ଯୁବ ଖେଳାଳି ଅବଦୁଲ ସମାଦଙ୍କୁ ପଠେଇଥିଲେ । ପ୍ରଥମ ବଲ୍‌ରେ ଓ୍ବାଇଡ ଦେଇଥିଲେ ତାହା ଚୌକା ହୋଇଥିଲା । ଗୋଟିଏ ବଲ୍‌ରେ 5ରନ ମିଳିଥିଲା । ତେବେ ଚେନ୍ନାଇକୁ ଅନ୍ତିମ 2ଟି ବଲ୍‌ରେ 15ରନ କରିବାକୁ ଥିଲା କିନ୍ତୁ ହୋଇ ପାରିଲା ନାହିଁ । ନିର୍ଦ୍ଧାରିତ ଓଭରରେ ଦଳ 5 ଓ୍ବିକେଟ ହରାଇ157ରନ ହାସଲ କରିଥିଲା ।

Last Updated : Oct 3, 2020, 9:14 AM IST

ABOUT THE AUTHOR

...view details