ଓଡିଶା

odisha

ETV Bharat / sports

ପେସ ବୋଲର ସୁଦୀପ ତ୍ୟାଗିଙ୍କ ସନ୍ନ୍ୟାସ ଘୋଷଣା, ଟ୍ବିଟ କରି ଧୋନିଙ୍କୁ ଜଣାଇଲେ 'ଧନ୍ୟବାଦ' - ଚେନ୍ନାଇ ସୁପର କିଙ୍ଗ୍ସ

ପେସ ବୋଲର ସୁଦୀପ ତ୍ୟାଗି ଗତ ମଙ୍ଗଳବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଭାରତ ପାଇଁ ସେ 4ଟି ଦିନିକିଆ ଓ ଗୋଟିଏ ଟି-20 ମ୍ୟାଚ ଖେଳିବା ସହ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମଧ୍ୟ ଖେଳିଛନ୍ତି ।

ପେସ ବୋଲର ସୁଦୀପ ତ୍ୟାଗିଙ୍କ ସନ୍ନ୍ୟାସ ଘୋଷଣା, ଟ୍ବିଟ କରି ଧୋନିଙ୍କୁ ଜଣାଇଲେ 'ଧନ୍ୟବାଦ'
ପେସ ବୋଲର ସୁଦୀପ ତ୍ୟାଗିଙ୍କ ସନ୍ନ୍ୟାସ ଘୋଷଣା, ଟ୍ବିଟ କରି ଧୋନିଙ୍କୁ ଜଣାଇଲେ 'ଧନ୍ୟବାଦ'

By

Published : Nov 19, 2020, 10:02 AM IST

ହାଇଦ୍ରାବାଦ: ଭାରତର ପୂର୍ବତନ ପେସ ବୋଲର ସୁଦୀପ ତ୍ୟାଗି ଗତ ମଙ୍ଗଳବାର ଦିନ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି । 2009ରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ ସୁଦୀପ । ଭାରତ ପାଇଁ ସେ 4ଟି ଦିନିକିଆ ଓ ଗୋଟିଏ ଟି-20 ମ୍ୟାଚ ଖେଳିଥିଲେ । ଏଥିସହ ତ୍ୟାଗି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମଧ୍ୟ ଖେଳିଛନ୍ତି ।

33ବର୍ଷୀୟ ବୋଲର ଟ୍ବିଟ କରି ସନ୍ୟାସର ଘୋଷଣା କରିଛନ୍ତି । ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ଏଯାଏଁ ଯେଉଁ ନିଷ୍ପତ୍ତି ନେଇଛି, ସେଥି ମଧ୍ୟରୁ ଏହା ସବୁଠାରୁ କଠିନ ନିଷ୍ପତ୍ତି ଥିଲା, ନିଜର ସ୍ବପ୍ନକୁ ଗୁଡବାଏ କହିବା । ମୁଁ ସମସ୍ତ ଖେଳାଳିଙ୍କ ପରି ମୋ ସ୍ବପ୍ନକୁ ହାସଲ କରିଛି । ଦେଶକୁ ପ୍ରତିନିଧିତ୍ବ କରିଛି ।

ଏଥିସହ ସେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ମହେନ୍ଦ୍ର ସିଂ ଧୋନିଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ତାଙ୍କ ନେତୃତ୍ବରେ ଦିନିକିଆ ମ୍ୟାଚ ଖେଳିଥିଲି । ମୁଁ ମୋର ଆଦର୍ଶ ମହମ୍ମଦ କୈଫ, ଆରପି ସିଂ ଓ ସୁରେଶ ରାଇନାଙ୍କୁ ବି ଧନ୍ୟବାଦ । କ୍ରିକେଟକୁ ଅଲବିଦା କହିବା ବହୁତ କଷ୍ଟ । କିନ୍ତୁ ଆଗକୁ ବଢିବା ପାଇଁ ଆମକୁ ଏପରି କରିବାକୁ ପଡେ ।

ସୁଦୀପ ତ୍ୟାଗୀ 4ଟି ଦିନିକିଆ ମ୍ୟାଚରେ 3ଟି ଓ 14ଟି ଆଇପିଏଲ ମୁକାବିଲାରେ 6ଟି ଓ୍ବିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details