ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣର ଆୟୋଜନ ଆହ୍ବାନପୂର୍ଣ୍ଣ ରହିଛି । ମହାମାରୀ କୋରୋନା ଖେଳାଳିଙ୍କ କ୍ୟାମ୍ପରୁ ମଧ୍ୟ ବାଦ ପଡିନି । କୋରୋନା ଭାଇରସ ସଂକ୍ରମଣ ମାମଲା ଚେନ୍ନାଇ ଓ ମୁମ୍ବାଇରୁ ଆସିଛି । ଏହି ଦୁଇଟି ଭେନ୍ୟୁରେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ଏପରି କଠିନ ସମୟରେ ଲିଗ୍ ଆରମ୍ଭ ହେଉଥିବାରୁ ପ୍ରଶ୍ନଘେରରେ ମଧ୍ୟ ରହିଛି ।
ମାତ୍ର ଷ୍ଟାର ଇଣ୍ଡିଆ ସ୍ପୋର୍ଟ୍ସ ମୁଖ୍ୟ ସଞ୍ଜୋଗ ଗୁପ୍ତା କହିଛନ୍ତି, ସଫଳ ଆଇପିଏଲ ଆୟୋଜନ ଦେଶ ଆବଶ୍ୟକ କରେ । କାରଣ ୟୁଏଇରେ ଆଇପିଏଲର 13ତମ ସଂସ୍କରଣ ଆୟୋଜନ ପରେ ଦେଶରେ କିପରି ସବୁକିଛି ସାଧାରଣ ହୋଇଯାଇଥିଲା ।