ଓଡିଶା

odisha

ETV Bharat / sports

ଧୋତୀ କୁର୍ତ୍ତାରେ କ୍ରିକେଟ ଖେଳ, ସଂସ୍କୃତରେ କମେଣ୍ଟ୍ରି - ଧୋତୀକୁର୍ତ୍ତା କ୍ରିକେଟ

କ୍ରିକେଟ ମ୍ୟାଚ ତ ଆପଣ ବହୁତ ଦେଖିଥିବେ। ଇଂଲିଶ ହିନ୍ଦୀ କମେଣ୍ଟ୍ରି ଶୁଣି ଚୌକ ଛକା ଦେଖିବାର ମଜା ହିଁ କିଛି ଅଲଗା। କେବେ ଆପଣ ସଂସ୍କୃତ କମେଣ୍ଟ୍ରି ଶୁଣିଛନ୍ତି କି ? ଅଧିକ ପଢ଼ନ୍ତୁ...

students playing cricket with sankrit comentry by wearing dhoti kurta in baranasi
ଧୋତୀ କୁର୍ତ୍ତାରେ କ୍ରିକେଟ ଖେଳ, ସଂସ୍କୃତରେ କମେଣ୍ଟ୍ରି

By

Published : Feb 18, 2021, 9:26 PM IST

ଲକ୍ଷ୍ନୌ: କ୍ରିକେଟ ମ୍ୟାଚ ତ ଆପଣ ବହୁତ ଦେଖିଥିବେ। ଇଂଲିଶ ହିନ୍ଦୀ କମେଣ୍ଟ୍ରି ଶୁଣି ଚୌକ ଛକା ଦେଖିବାର ମଜା ହିଁ କିଛି ଅଲଗା। କେବେ ଆପଣ ସଂସ୍କୃତ କମେଣ୍ଟ୍ରି ଶୁଣିଛନ୍ତି କି ? ଉତ୍ତର ପ୍ରଦେଶର ବାରାଣାସୀରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି। କମେଣ୍ଟ୍ରି କଥା ଛାଡ଼ନ୍ତୁ, ଏଠାରେ କ୍ରିକେଟ ଖେଳୁଥିବା ଛାତ୍ରଙ୍କ ବେଶଭୁଷା ବି ଟିକିଏ ଅଲଗା। ଲୋୟର ପ୍ୟାଣ୍ଟ ଓ ସ୍ପୋର୍ଟସ ଟି-ସାର୍ଟ ବଦଳରେ ଏଠାକାର ଛାତ୍ର ଧୋତୀକୁର୍ତ୍ତା ପିନ୍ଧି କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଛି।

ଧୋତୀ କୁର୍ତ୍ତାରେ କ୍ରିକେଟ ଖେଳ, ସଂସ୍କୃତରେ କମେଣ୍ଟ୍ରି

ବାରାଣାସୀର ସମ୍ପୁର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ବବିଦ୍ୟାଳୟ ପଡ଼ିଆରେ ଏହି ନିଆରା କ୍ରିକେଟ ଖେଳ ଦେଖିବାକୁ ମିଳିଛି। ଶାସ୍ତ୍ରାର୍ଥ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଏକ କ୍ରିକେଟ ମ୍ୟାଚରେ ସଂସ୍କୃତରେ କମେଣ୍ଟ୍ରି କରାଯାଉଥିଲା। ଏହାସହ ଏଥିରେ ପାରମ୍ପରିକ ଧୋତି କୁର୍ତ୍ତା ପିନ୍ଧି ଛାତ୍ର କ୍ରିକେଟ ଖେଳୁଥିବା ଦେଖିବାକୁ ମଳିଥିଲା। ବାରାଣାସୀ ସମେତ ଆଖପାଖ ଜିଲ୍ଲାର ଅନେକ ସଂସ୍କୃତ ମହାବିଦ୍ୟାଳୟର କ୍ରିକେଟ ଦଳ ଏଥିରେ ସାମିଲ ହୋଇଥିଲେ।

ଧୋତୀ କୁର୍ତ୍ତାରେ କ୍ରିକେଟ ଖେଳ, ସଂସ୍କୃତରେ କମେଣ୍ଟ୍ରି

ଦେହରେ ହଳଦିଆ ପାରମ୍ପରିକ ବସ୍ତ୍ର ସାଙ୍ଗକୁ ଧୋତି । କେବଳ ଖେଳାଳି ନୁହଁନ୍ତି ପଡ଼ିଆରେ ଅମ୍ପାୟାର ମଧ୍ୟ ଧୋତୀ କୁର୍ତ୍ତାରେ ନଜରେ ଆସିଥିଲେ। ଏଭଳି ପାରମ୍ପରିକ ବସ୍ତ୍ର ପିନ୍ଧି କିଏ ୱିକେଟ ନେଇ ଉତ୍ସାହିତ ହେଉଥିଲେ ତ କିଏ ପୁଣି ପଡ଼ିଆ ଛକା ଚୌକା ମାରି ଜୋଶ ଦେଖାଉଥିଲେ। ପ୍ରତିବର୍ଷ ଏଭଳି କ୍ରିକେଟ ଆୟୋଜନ କରିବାକୁ ଚିନ୍ତା କରୁଛି ଶାସ୍ତ୍ରାର୍ଥ ମହାବିଦ୍ୟାଳୟ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details