ସାଉଥମ୍ପଟନ: ଇଂଲଣ୍ଡନ ଷ୍ଟାଣ୍ଡ-ଇନ କ୍ୟାପ୍ଟେନ ବେନ ଷ୍ଟୋକ୍ସ ତାଙ୍କ ସଫଳତାର ବହିରେ ଆଉ ଏକ ସଫଳ ପୃଷ୍ଠା ଯୋଡିଛନ୍ତି । ଖେଳର ଲମ୍ବା ଫର୍ମାଟରେ ଷ୍ଟୋକ୍ସ 150 ୱିକେଟ ନେବାରେ ସଫଳ ହେବା ସହ 4000 ରନ ମଧ୍ୟ ହାସଲ କରିଛନ୍ତି ।
ସାଉଥମ୍ପଟନ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା #RaiseTheBat ସିରିଜର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଷ୍ଟୋକ୍ସ 49 ରନ ଦେଇ 4 ୱିକେଟ ନେଇଥିଲେ ଓ ଭ୍ରମଣକାରୀ ଦଳର ଇନିଂସକୁ 318 ରନରେ ସୀମିତ ରଖିବାରେ ସହାୟକ ହୋଇଥିଲେ ।
ତେବେ ତୃତୀୟ ୱିକେଟ ଭାବେ ଅଲଜାରୀ ଜୋଶେଫଙ୍କୁ ଆଉଟ କରିବା ପରେ ଷ୍ଟୋକ୍ସ ତାଙ୍କର 150 ୱିକେଟ ପୂରଣ କରିଥିଲେ । ଏହାସହ ଷ୍ଟୋକ୍ସ କ୍ରିକେଟର ଲମ୍ବା ଫର୍ମାଟର ଇତିହାସରେ 4000 ରନ ସହ 150 ୱିକେଟ ହାସଲ କରିଥିବା ବିଶ୍ବର ଷଷ୍ଠ ଖେଳାଳି ହୋଇଛନ୍ତି ।