ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏବେବି ବିଶ୍ବାସ କରିପାରୁ ନାହାନ୍ତି ବୋଲି କହିଛନ୍ତି । ଏହା ଅତି ଦୁଃଖଦ ଓ ଆଶ୍ଚର୍ଯ୍ୟଜନକ ।
ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖିତ ଧାୱନ, କହିଲେ ଏବେବି ବିଶ୍ବାସ ହେଉନି - Still unable to believe
ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏବେବି ବିଶ୍ବାସ କରିପାରୁ ନାହାନ୍ତି ବୋଲି କହିଛନ୍ତି ।
![ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖିତ ଧାୱନ, କହିଲେ ଏବେବି ବିଶ୍ବାସ ହେଉନି Still unable to believe this, says Shikhar Dhawan on Shusant Singh Rajput's death](https://etvbharatimages.akamaized.net/etvbharat/prod-images/768-512-7623460-996-7623460-1592217369450.jpg)
ଏବେବି ବିଶ୍ବାସ ହେଉନି, ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖିତ ଧାୱନ
ଧାୱନ ନିଜ ଇନଷ୍ଟାଗ୍ରାମ ପେଜରେ ଦିବଗଂତ ଅଭିନେତା ସୁଶାନ୍ତଙ୍କ ଏକ ଫଟୋ ସେୟାର କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।
34 ବର୍ଷୀୟ ସୁଶାନ୍ତ ରବିବାର ମୁମ୍ବାଇ ସ୍ଥିତ ବାଣ୍ଡ୍ରା ବାସଭବନରେ ରବିବାର ଆତ୍ମହତ୍ୟା କରିଥିବାର ଜଣାପଡିଥିଲା । ଅତିରିକ୍ତ କମିଶନର ମନୋଜ ଶର୍ମା ଏନେଇ ସ୍ପଷ୍ଟ କରିଥିଲେ । ତେବେ କୌଣସି ସୁଇସାଇଡ ନୋଟ୍ ସୁଶାନ୍ତଙ୍କ ରୁମରୁ ଉଦ୍ଧାରୁ ସମୟରେ ମିଳିନଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ନେଇ ଅଧିକ ତଦନ୍ତ ଜାରି ରହିଛି ।