ଓଡିଶା

odisha

ETV Bharat / sports

କୋରୋନା ଯୁଦ୍ଧରେ ଯିବାକୁ ଅଛି ଅନେକ ବାଟ: ରବିନ୍ଦ୍ର ଜାଡେଜା

ଘରେ ରହି କୋରୋନା ବିରୋଧ ଯୁଦ୍ଧରେ ସାମିଲ ହେବାକୁ ଦେଶବାସୀଙ୍କୁ ଜାଡେଜାଙ୍କ ଆହ୍ବାନ । କହିଲେ ଆହୁରି ଅଛି ଅନେକ ବାଟ । ଅଧିକ ପଢ଼ନ୍ତୁ...

Still a long way to go, battle against COVID-19, Ravindra Jadeja, କୋରୋନା ଯୁଦ୍ଧରେ ଯିବାକୁ ଅଛି ଅନେକ ବାଟ, ରବିନ୍ଦ୍ର ଜାଡେଜା, ଭାରତୀୟ ଅଲରାଉଣ୍ଡର
କୋରୋନା ଯୁଦ୍ଧରେ ଯିବାକୁ ଅଛି ଅନେକ ବାଟ: ରବିନ୍ଦ୍ର ଜାଡେଜା

By

Published : May 15, 2020, 10:13 PM IST

ହାଇଦ୍ରାବାଦ: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା କହିଛନ୍ତି ଯେ କୋରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ଆହୁରି ଅନକେ ବାଟ ଯିବାକୁ ବାକି ଅଛି । ସେଥିପାଇଁ ନାଗରିକମାନେ ଘରେ ରହି ଏହି ଲଢ଼େଇରେ ଦେଶର ସହଯୋଗ କରିବା ଉଚିତ ।

‘‘ମୁଁ କୋଭିଡ-19 ବିରୁଦ୍ଧରେ ଲଢ଼େଇ ପାଇଁ ଘରେ ଅଛି, ତୁମେ ଅଛ କି ?’’ ବୋଲି ଜାଡେଜା ନିଜ ଟ୍ବିଟରରେ ସେୟାର କରିଥିବା ଭିଡିଓରେ କହୁଛନ୍ତି । ଏହାସହ ଏହି ଭିଡିଓରେ ସେ ଭାରତୀୟ ଜର୍ସି ପିନ୍ଧି ନିଜ ବ୍ୟାଟକୁ ଖଣ୍ଡା ଭାବର ବୁଲାଉଛନ୍ତି ।

ଭିଡିଓ କ୍ୟାପସନରେ ଜାଡେଜା ଲେଖିଛନ୍ତି, ‘‘ଏବେ ବି କୋଭିଡ-19 ବିରୋଧରେ ଚାଲିଥିବା ଲଢ଼େଇରେ ଅନେକ ବାଟ ଯିବାକୁ ଅଛି । ଆମେ ସମସ୍ତେ ଘରେ ରହି ଏହି ଯୁଦ୍ଧରେ ନିଜର ଯୋଗଦାନ ଦେବା ।’’

ମାର୍ଚ୍ଚ 24 ଠାରୁ ଭାରତରେ ଦେଶବ୍ୟାପୀ ଲକଡାଉନ ଜାରି କରାଯାଇଛି । ତେବେ କୋଭିଡ-19 ମାମଲା ବୃଦ୍ଧି ହେତୁ ଲକଡାଉନକୁ ଦୁଇଥର ବୃଦ୍ଧି କରାଯାଇଛି । ଏହା ବର୍ତ୍ତମାନ ମେ 17ରେ ଶେଷ ହେବାର ଯୋଜନା ରହିଛି ।

ସାଧାରଣ ପରିସ୍ଥିତିରେ, ଜାଡେଜା ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥାନ୍ତେ, ଯାହା ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ତଥାପି, ସେ ବର୍ତ୍ତମାନ ତାଙ୍କ ଘରେ ପରିବାର ସହିତ ସମୟ ଉପଭୋଗ କରୁଛନ୍ତି ।

ABOUT THE AUTHOR

...view details