ସିଡନି: ଷ୍ଟାର ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆଇପିଏଲ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି । ସ୍ମିଥ କହିଛନ୍ତି, ଆଇସିସି ଟି-20 ବିଶ୍ବକପ ସ୍ଥଗିତ ହେଲେ ଆଇପିଏଲ ଖେଳିବାକୁ ସେ ଆଗ୍ରହୀ ଥିବା କହିଛନ୍ତି ।
ଟି-20 ବିଶ୍ବକପ ବାତିଲ ପରେ ଆଇପିଏଲ ଖେଳିବେ ସ୍ମିଥ 30 ବର୍ଷିୟ ଷ୍ଟିଭ ସ୍ମିଥ ବର୍ତ୍ତମାନ 911 ପଏଣ୍ଟ ସହ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି । ସ୍ମିଥ ଆଇପିଏଲରେ ରାଜସ୍ଥାନ ରୟାଲ୍ସର କ୍ୟାପଟେନ ରହିଛନ୍ତି ।
ଟି-20 ବିଶ୍ବକପ ବାତିଲ ପରେ ଆଇପିଏଲ ଖେଳିବେ ସ୍ମିଥ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି । ମାତ୍ର କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ମେଗା ଇଭେଣ୍ଟ ଆସନ୍ତା ବର୍ଷକୁ ସ୍ଥଗିତ ହେବା ନେଇ ଚର୍ଚ୍ଚା ହେଉଛି । ଜୁନ 10ରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୈଠକରେ ଚୁଡାନ୍ତ ନିଷ୍ପତି ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।
ଅନ୍ୟପଟେ 2020 ସଂସ୍କରଣର ଆଇପିଏଲ ଚଳିତ ବର୍ଷ ମାର୍ଚ୍ଚ29ରୁ ଆରମ୍ଭ ନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସ ଲକଡାଉନ କାରଣରୁ ପ୍ରଥମେ ଏପ୍ରିଲ 15 ଓ ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟକୁ ବାତିଲ ଘୋଷଣା କରାଯାଇଛି । ତେବେ ଟି-20 ବିଶ୍ବକପ ସ୍ଥଗିତ ହେଲେ, ସମାନ ସମୟରେ ଆଇପିଏଲ ଆୟୋଜନ ନେଇ ବିସିସିଆଇ ବିଚାର କରୁଥିବା ଚର୍ଚ୍ଚ ହେଉଛି । ତେବେ ଏନେଇ ବିସିସିଆଇ ମଧ୍ୟ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ ।