ଓଡିଶା

odisha

ETV Bharat / sports

ପାକିସ୍ତାନ ସ୍ପିଡଷ୍ଟାର ଆମୀର ଶ୍ରେଷ୍ଠ ଦକ୍ଷ ବୋଲର: ସ୍ମିଥ - ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ

ଏଯାବତ ଖେଳିଥିବା ବୋଲରଙ୍କ ମଧ୍ୟରୁ ପାକିସ୍ତାନୀ ବୋଲର ମହମ୍ମଦ ଆମୀର ଦକ୍ଷ ବୋଲର ବୋଲି କହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ।

Steve Smith picks Mohammad Amir as the most skillful bower he has ever faced
ପାକିସ୍ତାନ ସ୍ପିଡଷ୍ଟାର ମହମ୍ମଦ ଆମୀର ଶ୍ରେଷ୍ଠ ଦକ୍ଷ ବୋଲର: ଷ୍ଟିଭ ସ୍ମିଥ

By

Published : Jun 16, 2020, 4:06 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ପାକିସ୍ତାନୀ ବୋଲର ମହମ୍ମଦ ଆମୀରଙ୍କୁ ଦକ୍ଷ ବୋଲର ଭାବେ ଚୟନ କରିଛନ୍ତି ।

ସ୍ମିଥଙ୍କୁ ଜଣେ ଫ୍ୟାନ୍ସ ଲାଇଭ ଇନଷ୍ଟାଗ୍ରାମ ସେସନରେ ସାମ୍ନା କରିଥିବା କେଉଁ ବୋଲର ଶ୍ରେଷ୍ଠ ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ସ୍ମିଥ ଏଯାବତ ଖେଳିଥିବା ବୋଲରଙ୍କ ମଧ୍ୟରୁ ଆମୀରଙ୍କୁ ଚୟନ କରିଛନ୍ତି । ଏଥିସହିତ ଆମୀରଙ୍କୁ ଖେଳିବା ଆହ୍ବାନପୂର୍ଣ୍ଣ ହୋଇଥାଏ ବୋଲି ସ୍ମିଥ କହିଛନ୍ତି ।

ଏଥିସହିତ 2015 ଦିନିକିଆ ବିଶ୍ବକପ ବିଜୟ ମୁହୂର୍ତ୍ତକୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାରିୟରର ଶ୍ରେଷ୍ଠ ମୁହୂର୍ତ୍ତ ବୋଲି କହିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ବଲ ଟାମ୍ପରିଂ ମାମଲାରେ 2018ରେ ଗୋଟିଏ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ଭେଟେରାନ ଷ୍ଟିଭ ସ୍ମିଥ । ତେବେ ଏହାପରେ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ, ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛନ୍ତି ।

ABOUT THE AUTHOR

...view details