ସିଡନୀ:ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଷ୍ଟିଭ ସ୍ମିଥ ପୁଣି ଥରେ ଏକ ନୂଆ ବିବାଦ ଘେରକୁ ଆସିଛନ୍ତି । ସ୍ମିଥ ବ୍ୟାଟିଂ ମାର୍କକୁ ଲିଭାଇ ପିଚ୍ ଖରାପ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଡ୍ରିଙ୍କ୍ସ ବ୍ରେକ ସମୟରେ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ବ୍ୟାଟିଂ ମାର୍କକୁ ଲିଭାଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି ।
ଡ୍ରିଙ୍କ୍ସ ବ୍ରେକ ଶେଷ ହେବାପରେ ପନ୍ତ କ୍ରିଜକୁ ଫେରି ପୁଣିଥରେ ଗାର୍ଡ ନେବାର ଦେଖାଯାଇଥିଲା । ଏହି ଭିଡିଓରେ ସ୍ମିଥଙ୍କ ମୁହଁ ସିଧାସଳଖ ଦେଖାଯାଉନଥିଲେ ମଧ୍ୟ ତାଙ୍କର 49 ନମ୍ବର ଜର୍ସି ସ୍ପଷ୍ଟ ବାରିହେଉଛି। ବିଶ୍ବବ୍ୟାପୀ କ୍ରିକେଟ ଫ୍ୟାନ୍ସମାନେ ଏହି ଘଟଣାର ସମାଲୋଚନା କରୁଛନ୍ତି ।