ଆବୁଧାବି: ରାଜସ୍ଥାନ ରୟାଲ୍ସର ଅଧିନାୟକ ଷ୍ଟିଭ୍ ସ୍ମିଥଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2020 ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 57 ରନ୍ ହାରିବା ପରେ ମନ୍ଥର ଓଭର ହାର ପାଇଁ ତାଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା କରାଯାଇଛି ।
ଆଇପିଏଲ ମିଡିଆ ପ୍ରକାଶନରେ କୁହାଯାଇଛି ଯେ ସର୍ବନିମ୍ନ ଓଭର ରେଟ୍ ଅପରାଧ ସହ ଆଇପିଏଲ୍ ଆଚରଣ ବିଧି ଅନୁଯାୟୀ ଏହା ତାଙ୍କ ଦଳର ପ୍ରଥମ ଅପରାଧ ହୋଇଥିବାରୁ ସ୍ମିଥ୍ଙ୍କୁ 12 ଲକ୍ଷ ଟଙ୍କା ଜୋରିମାନା କରାଯାଇଛି ।
ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଶ୍ରେୟାସ ଆୟର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ସନ ରାଇଜର୍ସ ହାଇଦ୍ରାବାଦ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ଜୋରିମାନା କରାଯାଇଥିଲା ।
ମଙ୍ଗଳବାର ସନ୍ଧ୍ୟାରେ ଶେଖ ଜାଏଦ ଷ୍ଟାଡିୟମରେ 194 ପିଛା କରୁଥିବା ରୟାଲ୍ସ 136 ରନ୍ କରି ଅଲଆଉଟ୍ ହୋଇଥିଲ । ଶୁକ୍ରବାର ପରବର୍ତ୍ତୀ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ ।