ଓଡିଶା

odisha

ETV Bharat / sports

'ସବୁ ଫର୍ମାଟରେ ଶୀର୍ଷରେ କୋହଲି, ଟେଷ୍ଟରେ ବେଷ୍ଟ ସ୍ମିଥ' - ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ

କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣେ ସ୍ମିଥଙ୍କୁ 'ଟେଷ୍ଟର ବେଷ୍ଟ' ବୋଲି କହିଛନ୍ତି । ତେବେ କ୍ରିକେଟର ସବୁ ଫର୍ମାଟରେ ବର୍ତ୍ତମାନ ସମୟର ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 6, 2019, 6:39 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଆସେସ ଟେଷ୍ଟର ହିରୋ ରହିଛନ୍ତି ଷ୍ଟିଭ ସ୍ମିଥ । ଏଯାବତ ଖେଳିଥିବା 4ଟି ଇନିଂସରୁ ସ୍ମିଥ 144, 142, 92 ଓ 211 ରନ କରିସାରିଛନ୍ତି । ମୋଟ 589 ରନ ସହ ସ୍ମିଥଙ୍କ ଆଭରେଜ ଅବିଶ୍ବସନୀୟ ଭାବେ 147.25 ରହିଛି ।

ଏଭଳି ଅଦ୍ଭୁତ ପ୍ରଦର୍ଶନ ପାଇଁ କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣେ ସ୍ମିଥଙ୍କୁ 'ଟେଷ୍ଟର ବେଷ୍ଟ' ବୋଲି କହିଛନ୍ତି । କଙ୍ଗାରୁ ଟିମର ପୂର୍ବତମ କ୍ୟାପଟେନ ସ୍ମିଥ ଆଇସିସି ଟେଷ୍ଟ ମାନ୍ୟତାର ନଂ1 ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଟେଷ୍ଟ ଟିମ ପାଇଁ ଯଦି କୌଣିସି ବ୍ୟାଟ୍ସମ୍ୟାନଙ୍କୁ ଚୟନ ପାଇଁ କୁହାଯିବ ସେ ସ୍ମିଥଙ୍କୁ ବାଛିବେ । ଟେଷ୍ଟ କ୍ରିକେଟରେ ସ୍ମିଥଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ମାତ୍ର ଯଦି ଦିନିକିଆ ପାଇଁ କୁହାଯିବ, ତେବେ ସେ ଟିମ ଇଣ୍ଡିଆ କ୍ୟାପଟେନ କୋହଲିଙ୍କୁ ବାଛିବେ । ଏହା କହିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ କ୍ରିକେଟର ତଥା ବିଶ୍ବ କ୍ରିକେଟର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେ ।

ୱାର୍ଣ୍ଣେ କହିଛନ୍ତି କୋହଲି କ୍ରିକେଟର ସବୁ ଫର୍ମାଟରେ ଶୀର୍ଷ ବ୍ୟାଟ୍ସମ୍ୟାନ । ବର୍ତ୍ତମାନ ସମୟର ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି । ସଚିନ ତେନ୍ଦୁଲକରଙ୍କ 100ଟି ଶତକ ରେକର୍ଡକୁ କୋହଲି ହିଁ ଅତିକ୍ରମ କରିବାର ସମ୍ଭାବନା ରହିଛି । 30 ବର୍ଷ ବୟସରେ କୋହଲି 68ଟି ଶତକ ହାସଲ କରିସାରିଛନ୍ତି ।

ABOUT THE AUTHOR

...view details