ଓଡିଶା

odisha

ETV Bharat / sports

ମାଲିଙ୍ଗାଙ୍କ ମାରାତ୍ମକ ବୋଲିଂ, 4 ବଲରେ 4 ୱିକେଟ

ଶ୍ରୀଲଙ୍କାର ସ୍ପିଡଷ୍ଟାର ଲସିଥ ମାଲିଙ୍ଗାଙ୍କ ମାରାତ୍ମକ ବୋଲିଂ । ଲଗାତାର 4ଟି ବଲରେ 4ଟି ୱିକେଟ ସହ ଆନ୍ତଜାର୍ତୀୟ ଟି20 ରେ ପ୍ରଥମ ବୋଲର ଭାବେ 100 ୱିକେଟ ପୂରଣ କରିଛନ୍ତି ।

By

Published : Sep 7, 2019, 12:20 AM IST

ଫଟୋ ସୌଜନ୍ୟ: twitter@OfficialSLC

ହାଇଦ୍ରାବାଦ: ଶ୍ରୀଲଙ୍କାର ସ୍ପିଡଷ୍ଟାର ଲସିଥ ମାଲିଙ୍ଗାଙ୍କ ମାରାତ୍ମକ ବୋଲିଂରେ ଧରାଶାୟୀ ନ୍ୟୁଜିଲାଣ୍ଡ । 3ୟ ଟି 20ରେ 37 ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଶ୍ରୀଲଙ୍କା । କ୍ୟାପଟେନ ମାଲିଙ୍ଗା ଲଗାତାର 4ଟି ବଲରେ 4ଟି ୱିକେଟ ନେଇ ନୂଆ ରେକର୍ଡ କରିଛନ୍ତି । ଏଥିସହିତ ଆନ୍ତଜାର୍ତୀୟ ଟି 20ରେ ପ୍ରଥମ ବୋଲର ଭାବେ 100 ୱିକେଟ ପୂରଣ କରିଛନ୍ତି ।

ଫଟୋ ସୌଜନ୍ୟ: twitter@OfficialSLC

126 ରନର ଟାର୍ଗେଟକୁ ପିଛାକରୁଥିବା ନ୍ୟୁଜିଲାଣ୍ଡ ଦଳ 88 ରନରେ ଅଲଆଉଟ ହୋଇଯାଇଛି । ଲଗାତାର 4ଟି ବଲରେ 4ଟି କିୱ୍ବି ବ୍ୟାଟ୍ସମ୍ୟାନ ହାମିସ ରଦରଫୋର୍ଡ, କଲିନ ଡି ଗ୍ରାଣ୍ଡ ହୋମ, ରସ ଟେଲର ଓ କଲିନ ମରନୋଙ୍କୁ ପ୍ୟାଭିଲିୟନ ପଠାଇଥିଲେ ମାଲିଙ୍ଗା । 4 ଓଭର ବୋଲିଂ କରି ମାଲିଙ୍ଗା 6ରନ ବ୍ୟୟକରି ଗୋଟିଏ ମେଡେନ ସହ ମୋଟ 5ଟି ୱିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ହୋଇଥିବା 2007 ଦିନିକିଆ ବିଶ୍ବକପରେ ସମାନ ସଫଳତା ହାସଲ କରିଥିଲେ ମାଲିଙ୍ଗା ।

ଫଟୋ ସୌଜନ୍ୟ: twitter@OfficialSLC

ଏଥିସହିତ 36 ବର୍ଷିୟ ମାଲିଙ୍ଗା ସାହିଦି ଆଫ୍ରିଦିଙ୍କ 97 ୱିକେଟକୁ ଅତିକ୍ରମ କରିଛନ୍ତି । ଟି20 କ୍ରିକେଟରେ ପ୍ରଥମ ବୋଲର ଭାବେ 100 ୱିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details