କଲମ୍ବୋ: ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ସିଂହଳ ପେସର ଧାମିକା ପ୍ରସାଦ । ପ୍ରସାଦ ଶ୍ରୀଲଙ୍କା ପାଇଁ 25ଟି ଟେଷ୍ଟ, 24ଟି ଏକଦିବସୀୟ ଓ ଗୋଟିଏ ଟି20 ମ୍ୟାଚ ଖେଳିଛନ୍ତି ।
ଟେଷ୍ଟରେ 35.97 ହାରରେ 75 ୱିକେଟ, ଦିନିକିଆରେ 30.53 ହାରରେ 32 ୱିକେଟ ନିଜ ନାମରେ କରିଛନ୍ତି ।
ପ୍ରସାଦ ନିଜର ଅନ୍ୟର୍ଜାତୀ କ୍ୟାରିୟରର ଆରମ୍ଭ ବର୍ଷ 2006ରେ ବାଂଲାଦେଶ ବିପକ୍ଷରେ କରିଥିଲେ ।
37 ବର୍ଷୀୟ ପ୍ରସାଦ, ଭାରତ ବିପକ୍ଷରେ 2008ରେ ଟେଷ୍ଟ ପଦାର୍ପଣ କରିଥିଲେ ଓ ତାଙ୍କର ଶେଷ ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏହାପରେ କାନ୍ଧରେ ଆଘାତ ପରେ ଅନ୍ତର୍ଜାତୀୟ କ୍ରିକେଟରୁ କମବ୍ୟାକ କରିପାରିନଥିଲେ ।
ଅବସରକାଳୀନ ବାର୍ତ୍ତାରେ ପ୍ରସାଦ କହିଛନ୍ତି, "ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ କହିବାର ଏହା ସଠିକ୍ ସମୟ କାରମ ଯୁବ ଖେଳାଳିଙ୍କୁ ଅଧିକ ମୌକା ମିଳିପାରିବ । ତେବେ ଘରୋଇ କ୍ରିକେଟ ଖେଳିବା ଜାରି ରଖିବାକୁ ନିଷ୍ପତ୍ତି କରିଛି । 19 ବର୍ଷ ଧରି ଖେଳିସାରିଛି ଓ ସର୍ବଶ୍ରେଷ୍ଠ ଦେଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ