ଓଡିଶା

odisha

ETV Bharat / sports

2011 ବିଶ୍ବକପରେ ମ୍ୟାଚ ଫ୍ୟାକ୍ସିଂ ଅଭିଯୋଗ, ଶ୍ରୀଲଙ୍କା କ୍ରୀଡା ମନ୍ତ୍ରଣାଳୟ ଯାଞ୍ଚ ଆରମ୍ଭ

ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମେଗେ 2011 ବିଶ୍ବକପରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା କ୍ରୀଡା ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ...

Sri Lanka sports ministry launches probe,  2011 WC allegations, match fixing allegations, 2011 ବିଶ୍ବକପରେ ମ୍ୟାଚ ଫ୍ୟାକ୍ସିଂ ଅଭିଯୋଗ, ଶ୍ରୀଲଙ୍କା କ୍ରୀଡା ମନ୍ତ୍ରଣାଳୟ ଯାଞ୍ଚ ଆରମ୍ଭ, କ୍ରୀଡ଼ା ମନ୍ତ୍ରୀ ଦୁଲ୍ଲାସ ଅଲହାପେରୁମା, ମହିନ୍ଦାନନ୍ଦ ଆଲୁଥଗାମେଗେ
2011 ବିଶ୍ବକପରେ ମ୍ୟାଚ ଫ୍ୟାକ୍ସିଂ ଅଭିଯୋଗ, ଶ୍ରୀଲଙ୍କା କ୍ରୀଡା ମନ୍ତ୍ରଣାଳୟ ଯାଞ୍ଚ ଆରମ୍ଭ

By

Published : Jun 19, 2020, 9:01 PM IST

କଲମ୍ବୋ: ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ 2011 ବିଶ୍ବକପ ଫାଇନାଲରେ ମ୍ୟାଚ ଫିକ୍ସି ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଛି । ମନ୍ତ୍ରଣାଳୟର ସ୍ବତନ୍ତ୍ର ତଦନ୍ତକାରୀ ୟୁନିଟ ଏହାର ତଦନ୍ତ କରିବ ।

କ୍ରୀଡ଼ା ମନ୍ତ୍ରଣାଳୟର ସମ୍ପାଦକ କେଡିଏସ ରୁୱାନଚନ୍ଦ୍ର କହିଛନ୍ତି ଯେ, ‘‘କ୍ରୀଡ଼ା ମନ୍ତ୍ରୀ ଦୁଲ୍ଲାସ ଅଲହାପେରୁମା 2019 ରେ ପାରିତ ହୋଇଥିବା ‘କ୍ରୀଡା ସହ ଜଡିତ ଅପରାଧର ପ୍ରତିରୋଧ’ ଅଧିନିୟମର ଧାରା 16 ଅନୁଯାୟୀ ଏକ ନିରପେକ୍ଷ ତଥା ସ୍ବଚ୍ଛ ତଦନ୍ଦ ପାଇଁ କହିଛନ୍ତି ।’’

ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମେଗେ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଜିତିଥିବା ଏହି ମ୍ୟାଚ ଫିକ୍ସ ହୋଇଥିଲା।

‘‘2011 କ୍ରିକେଟ ବିଶ୍ବକପ ଫାଇନାଲ ଫିକ୍ସ କରାଯାଇଥିଲା। ମୁଁ ଯାହା କହୁଛି ତାହା ସତ୍ୟ। ଯେତେବେଳେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି ସେତେବେଳେ ଏହା ଘଟିଥିଲା ।’’

‘‘ତଥାପି, ମୁଁ ଦେଶ ପାଇଁ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଚାହୁଁ ନାହିଁ। 2011 ରେ ଭାରତ ବିପକ୍ଷ ମ୍ୟାଚ, ଯାହା ଆମେ ଜିତି ପାରିଥାନ୍ତେ ଫିକ୍ସ ହୋଇଥିଲା ।’’

‘‘ମୁଁ ଏହା ଏକ ଦାୟିତ୍ବ ସହିତ କହୁଛି ଏବଂ ମୁଁ ବିତର୍କ ପାଇଁ ମଧ୍ୟ ଆଗକୁ ଆସିପାରେ। ଲୋକମାନେ ଏହାକୁ ନେଇ ଚିନ୍ତିତ ଅଛନ୍ତି। ମୁଁ ଏଥିରେ କ୍ରିକେଟରଙ୍କୁ ସାମିଲ କରିବି ନାହିଁ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମ୍ୟାଚ ଫିକ୍ସ କରିବାରେ କିଛି ଗୋଷ୍ଠୀ ନିଶ୍ଚିତ ଭାବରେ ଜଡିତ ଥିଲେ।’’

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଏବଂ ମହେଲା ଜୟୱର୍ଦ୍ଧନେ ଉଭୟ ଆଲୁଥଗାମେଗେଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

‘‘ନିର୍ବାଚନ ଆସିଯାଇଛି । ତେଣୁ ସର୍କସ ଆରମ୍ଭ ହୋଇଛି ଭଳି ଲାଗୁଛି। ନାମ ଏବଂ ପ୍ରମାଣ କାହିଁ ? ଜୟୱାର୍ଦ୍ଧନେ ଟ୍ବିଟ କରି ଏହି ଖବରର ଜବାବ ଦେଇଛନ୍ତି ।

2011 ବିଶ୍ବକପରେ ଶ୍ରୀଲଙ୍କାର ନେତୃତ୍ବ ନେଇଥିବା ସାଙ୍ଗାକାରା କହିଛନ୍ତି ଯେ ଅଭିଯୋଗର ମୂଳ ସ୍ଥାନକୁ ଆସିବା ଠିକ ହେବ ।

@IANS

ABOUT THE AUTHOR

...view details