ଓଡିଶା

odisha

ETV Bharat / sports

ଅଲୁଥଗାମେଜଙ୍କ ବିସ୍ପୋରକ ବୟାନ, ଆଇସିସିକୁ ଦେଇଛନ୍ତି 2011 ବିଶ୍ବକପ ଫିକ୍ସିଂର ପ୍ରମାଣ

2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂର ପ୍ରମାଣ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ନିକଟକୁ ପଠାଇଥିବା କହିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ ମହିନ୍ଦାନନ୍ଦା ଅଲୁଥଗାମେଜ ।

By

Published : Jul 5, 2020, 1:54 PM IST

Sri Lanka Minister Mahindananda Aluthgamage Offers ICC Evidence To Prove 2011 World Cup Was Fixed
ଅଲୁଥଗାମେଜଙ୍କ ବିସ୍ପୋରକ ବୟାନ, ଆଇସିସିକୁ ଦେଇଛନ୍ତି 2011 ବିଶ୍ବକପ ଫିକ୍ସିଂର ପ୍ରମାଣ

କଲମ୍ବୋ: 2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ହୋଇଥିବା, ପୁଣି ଅଭିଯୋଗ ଆଣିଲେ ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ ମହିନ୍ଦାନନ୍ଦା ଅଲୁଥଗାମେଜ । ଶନିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ନିକଟକୁ ମ୍ୟାଚରେ ଫିକ୍ସିଂର ପ୍ରମାଣ ପଠାଇଥିବା କହିଛନ୍ତି ।

ଅଲୁଥଗାମେଜଙ୍କ ବିସ୍ପୋରକ ବୟାନ, ଆଇସିସିକୁ ଦେଇଛନ୍ତି 2011 ବିଶ୍ବକପ ଫିକ୍ସିଂର ପ୍ରମାଣ

କୌଣସି ପ୍ରମାଣ ନଥିବା ଦର୍ଶାଇ ଶ୍ରୀଲଙ୍କା ପୋଲିସ ପକ୍ଷରୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା । ଏହାର ଗୋଟିଏ ଦିନ ପରେ, ଅଲୁଥଗାମେଜ ମାମଲାର ପ୍ରମାଣଥିବା ଦାବି କରିଛନ୍ତି ।

ଅଲୁଥଗାମେଜଙ୍କ ବିସ୍ପୋରକ ବୟାନ, ଆଇସିସିକୁ ଦେଇଛନ୍ତି 2011 ବିଶ୍ବକପ ଫିକ୍ସିଂର ପ୍ରମାଣ

ଅଲୁଥଗାମେଜ ଫିକ୍ସିଂ ଅଭିଯୋଗ ଆଣିବା ପରେ, ତୁରନ୍ତ ଶ୍ରୀଲଙ୍କା ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ମାମଲାର ତଦନ୍ତ ଆରମ୍ଭ କରିଥିଲା । ତତ୍କାଳୀନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ, ମୁଖ୍ୟ ଚୟନକର୍ତ୍ତା ଅଲବିନ୍ଦା ଡି ସିଲଭା, ଓପନର ଉପୁଲ ଥରଙ୍ଗାଙ୍କୁ ପ୍ରାୟ 10 ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ।

ବର୍ତ୍ତମାନ ପୁନର୍ବାର ଅଭିଯୋଗ ଆଣିବା ସହ, ଆଇସିସିର ଦୁର୍ନୀତି ନିରୋଧ ବିଭାଗ ମୁଖ୍ୟ ଏଲେକ୍ସ ମାର୍ସେଲଙ୍କୁ, 2011 ବିଶ୍ବକପର ସମସ୍ତ ପ୍ରମାଣ ଦେବାକୁ ପ୍ରସ୍ତୁତି ବୋଲି କହିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ସଠିକ ରୂପେ କରିପାରିନାହିଁ । ସେଥିପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜାପାକ୍ସେ ମାମଲାରେ ହସ୍ତକ୍ଷେପ କରି ପୁନଃ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details