ଓଡିଶା

odisha

ETV Bharat / sports

ଶ୍ରୀଲଙ୍କାକୁ ଏସିଆ କପ ଆୟୋଜନ ପାଇଁ ପିସିବିର ଅଫର

ଚଳିତ ବର୍ଷ ଏସିଆ କପ ଆୟୋଜନ ବଦଳରେ ପାକିସ୍ତାନ 2022 ଏସିଆ କପ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଛି ।

Sri Lanka likely to host  Asia Cup; PCB offers SLC to swap hosting rights
ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ, ପିସିବିର ଆୟୋଜକ ମାନ୍ୟତା ବଦଳ

By

Published : Jun 12, 2020, 6:18 PM IST

ହାଇଦ୍ରାବାଦ: ଏସିଆ କପ-2020 ଆସନ୍ତା ପାକିସ୍ତାନରେ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରଣ ହୋଇଥିଲା । ତେବେ କୋରୋନା ପାଇଁ ଏହି ଆଶା କମ ରହିଛି । ଏପଟେ ପାକିସ୍ତାନ କ୍ରିକେଟ ବୋର୍ଡ(PCB) କହିଛି, ଚଳିତ ଏସିଆ କପ ଶ୍ରୀଲଙ୍କାରେ ଆୟୋଜନ ହେଉ ଏବଂ ଆମକୁ 2022 ଏସିଆ କପ ଆୟୋଜନ ମାନ୍ୟତା ମିଳୁ ।

ଏସିଆନ କ୍ରିକେଟ କାଉନସିଲ ବୈଠକରେ ଉଭୟ ବୋର୍ଡ ମଧ୍ୟରେ ଆୟୋଜନ ଅଧିକାର ଅଦଳବଦଳ ନେଇ ଆଲୋଚନା ହୋଇଛି । ଚଳିତ ବର୍ଷ ଏସିଆ କପ ଆୟୋଜନ ବଦଳରେ ପାକିସ୍ତାନ 2022 ଏସିଆ କପ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଛି । ଏହା ସହ ଚଳିତ ବର୍ଷର ଏସିଆ କପ ଆୟୋଜନ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି ।

ତେବେ ଏସିଆନ କ୍ରିକେଟ କାଉନସିଲ ଏଯାବତ ଆୟୋଜନ ଅଧିକାର ଅଦଳବଦଳକୁ ଗ୍ରହଣ କରିନାହିଁ । ମାତ୍ର ଚଳିତ ମାସ ଶେଷ ସୁଦ୍ଧା ଏହା ଗ୍ରହଣୀୟ ହେବ ବୋଲି ଆଶା କରାଯାଉଛି ।

ତେବେ ପାକିସ୍ତାନା ଆୟୋଜନ ଅଧିକାର ଶ୍ରୀଲଙ୍କ ସହ ଅଦଳବଦଳ କରିବାର ଦୁଇଟି କାରଣ ରହିଛି ବୋଲି ଚର୍ଚ୍ଚା ହେଉଛି । ପ୍ରଥମଟି ଭାରତ ସହ ତିକ୍ତ ସଂପର୍କ ଓ ଅନ୍ୟଟି ଶ୍ରୀଲଙ୍କାରେ କୋରୋନା ଭାଇରସ ସ୍ଥିତି ଧିରେଧିରେ ନିୟନ୍ତ୍ରଣାଧୀନ ହେଉଛି । ଖୁବଶୀଘ୍ର ଦ୍ବୀପଦେଶ ଶ୍ରୀଲଙ୍କା କୋରୋନା ମୁକ୍ତ ହେବାନେଇ ସମ୍ଭାବନା ରହିଛି । ପୂର୍ବରୁ ବିସିସିଆଇ ପକ୍ଷରୁ ଟିମ ଇଣ୍ଡିଆ ଏସିଆ କପରେ ଭାଗ ନେବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି ।

ABOUT THE AUTHOR

...view details