କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୋରୋନା ସହାୟତା । ରାଷ୍ଟ୍ରପତି ଗୋତବାୟ ରାଜପକ୍ସେଙ୍କୁ ଭେଟି ଶ୍ରୀଲଙ୍କା କ୍ରିକେଟ(SLC) ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରିଛି ।
ଶ୍ରୀଲଙ୍କା କ୍ରିକେଟେ ବୋର୍ଡର କୋରୋନା ସହାୟତା - ଶ୍ରୀଲଙ୍କା କ୍ରିକେଟେ ବୋର୍ଡ
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୋରୋନା ସହାୟତା । ରାଷ୍ଟ୍ରପତି ଗୋତବୟ ରାଜପକ୍ସେଙ୍କୁ ଭେଟି ଶ୍ରୀଲଙ୍କା କ୍ରିକେଟ(SLC) ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।
![ଶ୍ରୀଲଙ୍କା କ୍ରିକେଟେ ବୋର୍ଡର କୋରୋନା ସହାୟତା Sri Lanka cricket hands LKR 25 million to covid-19 Relief fund](https://etvbharatimages.akamaized.net/etvbharat/prod-images/768-512-6745563-69-6745563-1586593680346.jpg)
ଶ୍ରୀଲଙ୍କା କ୍ରିକେଟେ ବୋର୍ଡର କୋରାନା ସହାୟତା
ରାଷ୍ଟ୍ରପତିଙ୍କ ଜରିଆରେ ଦେଶର ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଫଣ୍ଡକୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସଭାପତି ସାମି ସିଲଭା । ବୋର୍ଡ ସଭାପତିଙ୍କ ସହ ଟେଷ୍ଟ ଓ ଦିନିକିଆ କ୍ୟାପଟେନ ଦିମୁଥ କରଣାରତ୍ନେ ଓ ଟି-20 କ୍ୟାପଟେନ ଲସିଥ ମାଲିଙ୍ଗା, ଶ୍ରୀଲଙ୍କାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅଲହାପରୁମା ମଧ୍ୟ ଉପସ୍ଥିତ ରହିଥିଲେ ।
ଏନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଅଫିସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।