ଶାହଜାହ: ଚଳିତ ଆଇପିଏଲ ସଂସ୍କରଣର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ(56ତମ) ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।
ପରେ ନିର୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ ହରାଇ149 ରନ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ 150 ରନର ବିଜୟ ଲକ୍ଷ୍ୟ ରହିଛି । ଆହତ କାରଣରୁ କିଛି ମ୍ୟାଚ ଖେଳିବାକୁ ବଞ୍ଚିତ ହେବାପରେ ଟିମକୁ ଫେରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ତେବେ ମାତ୍ର 4 ରନ କରି ପାଭିଲିୟନ ଫେରିଥିଲେ ରୋହିତ । ଅନ୍ୟତମ ଓପନର କ୍ବିଣ୍ଟନ ଡିକକ୍ 13 ବଲରୁ 2 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 25 ରନର ଇଂନିସ ଖେଳିଛନ୍ତି । ଇଶାନ କିଶନ 30 ବଲରୁ 33 ରନର ଇଂନିସ ଖେଳିଛନ୍ତି । କିରଣ ପୋଲାର୍ଡ 24 ବଲରୁ 2 ଚୌକା ଓ 4 ଛକା ସହାୟତାରେ ସର୍ବାଧିକ 41 ରନର ଇଂନିସ ଖେଳିଛନ୍ତି ।