ଓଡିଶା

odisha

ETV Bharat / sports

ପ୍ରଥମେ ଫିଟନେସ ପ୍ରମାଣ, ତାପରେ ଟିମକୁ ଏଣ୍ଟ୍ରି - chetan chauhan

ଶ୍ରାସନ୍ତ ଟିମକୁ ଫେରିଲେ ବିସିସିଆଇର କୌଣସି ଆପତ୍ତି ନାହିଁ ତେବେ ସେ ଘରୋଇ କ୍ରିକେଟରେ କିପରି ପ୍ରଦର୍ଶନ କରୁଛନ୍ତି ଏହା ତା ଉପରେ ନିର୍ଭର କରେ । ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ସିଧା ସଳଖ ଫେରିବା ଏତେ ସହଜ ନୁହେଁ ବୋଲି ଚୌହାନ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 15, 2019, 11:32 PM IST

ନୂଆଦିଲ୍ଲୀ: ଶ୍ରୀସନ୍ତଙ୍କ ଟିମକୁ ଫେରିବା ନେଇ ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଚେତନ ଚୌହାନ । ଚୌହାନ କହିଛନ୍ତି ଯେ, ବିସିସିଆଇର କାହା ସହ କୌଣସି ବ୍ୟକ୍ତିଗତ ଅସନ୍ତୋଷ ନାହିଁ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ପାଇଁ ଶ୍ରୀସନ୍ତଙ୍କୁ ନିଜର ଫିଟନେସ ପ୍ରମାଣ କରିବାକୁ ହେବ ।

ଶ୍ରାସନ୍ତ ଟିମକୁ ଫେରିଲେ ବିସିସିଆଇର କୌଣସି ଆପତ୍ତି ନାହିଁ ତେବେ ସେ ଘରୋଇ କ୍ରିକେଟରେ କିପରି ପ୍ରଦର୍ଶନ କରୁଛନ୍ତି ଏହା ତା ଉପରେ ନିର୍ଭର କରେ । ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ସିଧା ସଳଖ ଫେରିବା ଏତେ ସହଜ ନୁହେଁ ବୋଲି ଚୌହାନ କହିଛନ୍ତି । ଶ୍ରୀସନ୍ତ ଅନେକ ସମୟ ଧରି କ୍ରିକେଟ ଠାରୁ ଦୂରରେ ଅଛନ୍ତି, ତେଣୁ ତାଙ୍କୁ ପ୍ରଥମେ ଘରୋଇ କ୍ରିକେଟ ଖେଳି ନିଜେ ଫିଟ ଥିବାର ପ୍ରମାଣ ଦେବାକୁ ହେବ କହିଛନ୍ତି ଚେତନ ଚୌହାନ ।

ସେପଟେ ଫାଷ୍ଟ ବୋଲର ସାମିଙ୍କ ଉପରେ ମଧ୍ୟ ବୟାନ ଦେଇଛନ୍ତି ଚେତନ । ମହମ୍ମଦ ସାମିଙ୍କ ନାରେ କୋଲକାତା ପୋଲିସ ଚାର୍ଜସିଟ ଦାୟର କରିଛି । ସାମି ଓ ତାଙ୍କ ଭାଇଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ହସିନ ଜହାନଙ୍କ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲାକୁ ଆଧାର କରି ପୋଲିସ ଏହି ଚାର୍ଜସିଟ ଦାଖଲ କରିଛି । ସାମିଙ୍କ ବିରୋଧରେ ଆଇପିସି ଧାରା 498 ଏ (ଯୌତୁକ ନିର୍ଯାତନା) ଓ ଧାରା 354 (ଯୌନ ନିର୍ଯାତନା) ଅନୁସାରେ ମାମଲା ରୁଜୁ ହୋଇଛି ।

ତେବେ ଏନେଇ ଚେତନ କହିଛନ୍ତି ଯେ "ସାମିଙ୍କ ନାଁରେ ମାମଲା ରୁଜୁ ହୋଇଛି, କିନ୍ତୁ ତାଙ୍କୁ ପୋଲିସ ଗିରଫ କରିବ ବୋଲି ମୁଁ ଭାବୁ ନାହିଁ । କାରଣ ସେ ନିଜ ସମସ୍ୟାଠୁ ଦୌଡି ପଳାଇବା ଲୋକ ନୁହଁନ୍ତି । ମୁଁ ଭାବୁନି ଯେ ସାମିଙ୍କ କ୍ୟାରିଅର ସମାପ୍ତ ହୋଇ ଯାଇଛି । ଅନ୍ତର୍ଜାତୀୟ ଖେଳାଳି ମାନେ ଖୁବ ଦୃଢ଼ମନା । ଏହା ତାଙ୍କ ଆତ୍ମବଳ ଉପରେ ପ୍ରଭାବ ପକାଇବ ବୋଲି ମୁଁ ଭାବୁନି ।"

ABOUT THE AUTHOR

...view details