ଓଡିଶା

odisha

ETV Bharat / sports

‘ଜାତୀୟ ଦଳକୁ ଫେରିବା ନେଇ ରୋଡମ୍ୟାପ ପ୍ରସ୍ତୁତ କରିବି’ - ଦଣ୍ଡାଦେଶ ହଟିବା

ଦଣ୍ଡାଦେଶ କୋହଳ ହେବା ପରେ ଜାତୀୟ ଦଳରେ ସ୍ଥାନ ପାଇବା ମୋର ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି ଶ୍ରୀସନ୍ଥ ।

ଡିଜାଇନ ଫଟୋ

By

Published : Aug 20, 2019, 8:56 PM IST

ହାଇଦ୍ରାବାଦ: ମଙ୍ଗଳବାର ଭାରତୀୟ କ୍ରିକେଟର ଏସ୍‌ ଶ୍ରୀସନ୍ଥଙ୍କ ଆଜୀବନ ଦଣ୍ଡାଦେଶ କୋହଳ ନେଇ ସୂଚନା ଦେଇଛି ବିସିସିଆଇ । ତେବେ ଏହି ଖବର ପ୍ରକାଶ ପାଇବା ପରେ ଖୁସିରେ ଗଦ୍‌ଗ୍‌ଦ ହୋଇପଡିଛନ୍ତି ଶ୍ରୀସନ୍ଥ । ଦଣ୍ଡାଦେଶ କୋହଳ ହେବା ପରେ ଜାତୀୟ ଦଳରେ ସ୍ଥାନ ପାଇବା ମୋର ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି ସେ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ୍‌ 2020 ଅଗଷ୍ଟ ସୁଦ୍ଧା ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଶେଷ ହେବା ନେଇ ଆଶା କରାଯାଉଛି । ଆଇପିଏଲରେ ସ୍ପଟ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଶ୍ରୀସନ୍ଥ । ପରେ ବିସିସିଆଇ ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦାଦେଶ ଦଣ୍ଡ ଶୁଣାଇଥିଲା ।

ଦଣ୍ଡାଦେଶ କୋହଳ ଖବର ପ୍ରକାଶ ପାଇବା ପରେ ସେ ଖୁବ ଖୁସି ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଯେଉଁମାନେ ସବୁବେଳେ ମୋ ସହିତ ରହି ଆସିଛନ୍ତି । ଧନ୍ୟବାଦ ବିସିସିଆଇ, ଧନ୍ୟବାଦ ଡିକେ ଜୈନ ବାବୁ । ମୋ ଦଣ୍ଡାଦେଶ କୋହଳ କରି ଆସନ୍ତା ବର୍ଷାଠାରୁ ମୋତେ ଖେଳିବାକୁ ସୁଯୋଗ ଦେଇଥିବାରୁ । ଜାତୀୟ ଦଳରେ ଚୟନ ହେବା ଏବେ ମୋର ମୂଳ ଲକ୍ଷ୍ୟ । ଏଥି ପାଇଁ ମୁଁ ସଠିକ୍‌ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ।"

ABOUT THE AUTHOR

...view details