କଟକ: ବାରବାଟୀ ଷ୍ଟାଡିୟମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ ଷ୍ଟାଡିୟମରେ ପହଞ୍ଚି ପ୍ରତ୍ୟକ୍ଷ ଭାବେ ମ୍ୟାଚ ପାଇଁ ଷ୍ଟାଡିୟମର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିିନିକିଆ ସିରିଜର 3ୟ ମ୍ୟାଚ ଆଉ ମାତ୍ର 4 ଦିନ ।
ବାରବାଟୀ ଦିନିକିଆ: ଷ୍ଟାଡିୟମ ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ - Barabati stadium to review
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପ୍ରସ୍ତୁତି ସମୀକ୍ଷା ପାଇଁ ବାରବାଟୀ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...
ବାରବାଟୀରେ କ୍ରୀଡ଼ାମନ୍ତ୍ରୀ
ତେବେ ମ୍ୟାଚ ପାଇଁ ଓସିଏର ଯାହା ଆବଶ୍ୟକ, ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି । ମ୍ୟାଚକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଓଡିଶା ସରକାର ସମସ୍ତ ସାହାଯ୍ୟ କରିବେ । ଆନ୍ତର୍ଜାତିକ ମ୍ୟାଚ ହୋଇଥିବାରୁ ଏଥିପ୍ରତି ରାଜ୍ୟ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଷ୍ଟାଡିୟମକୁ ଛାଡି ବାକି ସମସ୍ତ କାମରେ ରାଜ୍ୟ ସରକାର ସାହାଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Dec 17, 2019, 7:46 PM IST