କୋଲକାତା: ଟିମ ଇଣ୍ଡିଆର ଚୟନକର୍ତ୍ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି ହରଭଜନ ସିଂହ । ସଞ୍ଜୁ ସାମସନଙ୍କୁ ବିନା ମ୍ୟାଚ ଖେଳାଇ ଭାରତୀୟ ଦଳରୁ ବାଦ ଦେଇଛନ୍ତି ଚୟନକର୍ତ୍ତା । ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରି ନାହିଁନ୍ତି ଭଜି । ଏହି ଘଟଣାରେ ଚୟନକର୍ତ୍ତାଙ୍କୁ ପରିବର୍ତ୍ତନ କରିବାକୁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅପିଲ କରିଛନ୍ତି ।
ଚୟନକର୍ତ୍ତା ପରିବର୍ତ୍ତନ ପାଇଁ ଦାଦାଙ୍କୁ ଭଜିଙ୍କ ଅପିଲ
ଟିମ ଇଣ୍ଡିଆର ଚୟନକର୍ତ୍ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି ହରଭଜନ ସିଂହ । ଚୟନକର୍ତ୍ତାଙ୍କୁ ପରିବର୍ତ୍ତନ କରିବାକୁ ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅପିଲ କରିଛନ୍ତି ।
କେବଳ ହରଭଜନ ନୁହଁନ୍ତି ଅନେକ କ୍ରିକେଟ ପ୍ରେମୀ ସୋସିଆଲ ମିଡିଆରେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ଶଶି ଥରୁର ଟ୍ବିଟ କରି ଲେଖିଛନ୍ତି ସାମସନ 3ଟି ମ୍ୟାଚରେ ଡ୍ରିଙ୍ଗ୍ସ ନେଇ ପଡିଆକୁ ଯାଇଛନ୍ତି । ତାଙ୍କୁ ଗୋଟିଏ ମ୍ୟାଚରେ ସୁଯୋଗ ନଦେଇ ଦଳରୁ ବାଦ ଦେବା ସାମସନଙ୍କ ବ୍ୟାଟିଂ ନା ହୃଦୟକୁ ଚୟନକର୍ତ୍ତା ପରୀକ୍ଷା କରୁଛନ୍ତି ବୋଲି ଥରୁର ପ୍ରଶ୍ନ କରିଛନ୍ତି ।
ବାଂଲାଦେଶ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରୁ ବିରାଟ କୋହଲି ବିଶ୍ରାମ ନେଇଥିଲେ । ଏହି ମୌକାରେ ସଞ୍ଜୁ ସାମସନଙ୍କୁ 15 ଜଣିଆ ଦଳରେ ସାମିଲ କରାଯାଇଥିଲା । ମାତ୍ର ଗୋଟିଏ ବି ମ୍ୟାଚରେ ସାମସନଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ଏହାପରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-20 ସିରିଜ ପାଇଁ ଭାରତୀୟ ଟି20 ଦଳ ଘୋଷଣା ହୋଇଛି । ତେବେ ସଞ୍ଜୁ ସାମନସନକୁ ଦଳରେ ସ୍ଥାନ ମିଳିନାହିଁ ।