ଓଡିଶା

odisha

ETV Bharat / sports

ଦକ୍ଷିଣ ଆଫ୍ରିକା କ୍ରିକେଟର ସୋଲୋ ନକୱେନି କୋରୋନା ପଜିଟିଭ - କୋରୋନା ଭାଇରସ

ଦକ୍ଷିଣ ଆଫ୍ରିକା କ୍ରିକେଟର ସୋଲୋ ନକୱେନି କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ 3ୟ କ୍ରିକେଟର ଭାବେ ସଂକ୍ରମଣର ଶିକାର ହୋଇଛନ୍ତି ନକୱେନି ।

South Africa's Nqweni becomes third cricketer to test positive for COVID-19
ଦକ୍ଷିଣ ଆଫ୍ରିକା କ୍ରିକେଟର ସୋଲୋ ନକୱେନି କୋରୋନା ଭାଇରସ ପଜିଟିଭ ଚିହ୍ନଟ

By

Published : May 8, 2020, 10:51 AM IST

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା କ୍ରିକେଟର ସୋଲୋ ନକୱେନି କୋରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ 3ୟ କ୍ରିକେଟର ଭାବେ ସଂକ୍ରମଣର ଶିକାର ହୋଇଛନ୍ତି ନକୱେନି । ପୂର୍ବରୁ ପାକିସ୍ତାନର ଜଫର ସର୍ଫରାଜ ଓ ସ୍କଟଲାଣ୍ଡର ମଜିଦ ହକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ନିଜେ ସୋଲୋ ନକୱେନି । ଟ୍ବିଟ ଯୋଗେଁ ତାଙ୍କ ସହିତ କେବଳ କାହିଁକି ଏପରି ଘଟୁଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି । ଗତ ବର୍ଷରୁ GBS ରୋଗ ସହ ସେ ଲଢେଇ କରୁଛନ୍ତି । ପ୍ରଥମ ଯକ୍ଷ୍ମା, ପରେ ଲିଭର ଫେଲ, ଓ କିଡନି ଫେଲ୍ ହୋଇଥିଲା । ତେବେ ଏ ସବୁରୁ ସେ ପ୍ରାୟ 50 ପ୍ରତିଶତ ସୁସ୍ଥ ହୋଇଥିବାବେଳେ, ପୁଣି କୋରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଟ୍ବିଟରେ ଲେଖିଛନ୍ତି ନକୱେନି ।

ନକୱେନି 2012ରୁ ଇଷ୍ଟନ ପ୍ରୋଭିନ୍ସ ପକ୍ଷରୁ 36ଟି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଛନ୍ତି । 2019 ଦକ୍ଷିଣ ଆଫ୍ରିକା 19 ବର୍ଷରୁ କମ ବିଶ୍ବକପ ଟିମରେ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details