ହାଇଦ୍ରାବାଦ: ଦ.ଆଫ୍ରିକାର ଦ୍ରୁତ ବୋଲର ଭର୍ନୋନ ଫିଲେଣ୍ଡର ସୋମବାର ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ନିଜର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । କିନ୍ତୁ ନିଜର ଅନ୍ତିମ ମ୍ୟାଚରେ ତାଙ୍କ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।
ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଲେ ଫାଷ୍ଟ ବୋଲର ଭର୍ନୋନ ଫିଲଣ୍ଡର - ଆଇସିସି
ସୋମବାର ଦିନ ଅନ୍ତାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଦ.ଆଫ୍ରିକାର ଫାଷ୍ଟ ବୋଲର ଭର୍ନୋନ ଫିଲଣ୍ଡର । 2011ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।
![ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଲେ ଫାଷ୍ଟ ବୋଲର ଭର୍ନୋନ ଫିଲଣ୍ଡର vernon philander](https://etvbharatimages.akamaized.net/etvbharat/prod-images/768-512-5865750-thumbnail-3x2-eptcgaywkaabh8z.jpg)
vernon philander
2011ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା ଫିଲେଣ୍ଡର ଦ.ଆଫ୍ରିକା ପାଇଁ 64ଟି ଟେଷ୍ଟ ମ୍ୟାଚ ଖେଳି 224ଟି ଓ୍ବିକେଟ ନେଇଛନ୍ତି । ଏଥିସହ ସେ 30ଟି ଦିନିକିଆ ଓ 7ଟି ଟି-20 ମ୍ୟାଚ ଖେଳିଛନ୍ତି ।
ସୂଚନାଥାଉକି, ଫିଲେଣ୍ଡର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ତାଙ୍କ କ୍ୟାରିଅର ଅନ୍ତିମ ସିରିଜ ବୋଲି କହିଥିଲେ ।