ଓଡିଶା

odisha

ETV Bharat / sports

ଧର୍ମଶାଳାରେ ସପିଂ କଲେ ଦକ୍ଷିଣ ଆଫ୍ରିକା ଖେଳାଳି

ଟି-20 ସିରିଜ ପୂର୍ବରୁ ଧର୍ମଶାଳା ରାସ୍ତାରେ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ଦଳ ନିଜ ଅଭ୍ୟାସ ସେସନ ସାରି ମାକଲୋଗଞ୍ଜ୍‌ ମାର୍କଟରେ ସପିଂ କରିଛନ୍ତି ।

By

Published : Sep 13, 2019, 10:59 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଧର୍ମଶାଳା: ଟି-20 ସିରିଜ ପୂର୍ବରୁ ହିମାଚଳ ପ୍ରଦେଶର ଧର୍ମଶାଳା ରାସ୍ତାରେ ନଜର ଆସିଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ଆସନ୍ତା ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ସିରିଜ । ରବିବାର ସ୍ଥାନୀୟ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚ । ତେବେ ନିକଟରେ ଦଳ ନିଜ ଅଭ୍ୟାସ ସେସନ ସାରି ମାକଲୋଗଞ୍ଜ୍‌ ମାର୍କଟରେ ସପିଂ କରିଛନ୍ତି ।

ଧର୍ମଶାଳାରେ ରୋଡରେ ସାଉଥ ଆଫ୍ରିକା ଖେଳାଳି

ଅନ୍ୟପଟେ ଏହି ବିଦେଶୀ ଖେଳାଳିଙ୍କୁ ପାଖରେ ପାଇ ସେଲଫି ନେଇଛନ୍ତି ଭାରତୀୟ ଫ୍ୟାନ୍ସ । ତେବେ ଅଧିନାୟକ କ୍ବଣ୍ଟିନ୍‌ ଡି କକ୍‌ଙ୍କ ବ୍ୟତିତ ଅନ୍ୟ ଖେଳାଳିମାନେ ମାର୍କେଟରେ ବୁଲିଥିବା ସୂଚନା ରହିଛି । କିଛି ଖେଳାଳି ଚୁଟି କାଟିଥିବା ବେଳେ କିଛି ଖେଳାଳି କପଡା କିଣିବାର ନଜର ଆସିଥିଲେ ।

ତେବେ ଆଜି( ଶୁକ୍ରାବାର ) ଭାରତୀୟ ଟିମ ଧର୍ମଶାଳରେ ପହଁଚି ସାରିଥିବା ବେଳେ ରବିବାର ଖେଳାଯିବା ପ୍ରଥମ ଟି-20 ମ୍ୟାଚ ।

ABOUT THE AUTHOR

...view details