କେପଟାଉନ: ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି କେପଟାଉନ ଟେଷ୍ଟ। ମ୍ୟାଚର 5ମ ତଥା ଶେଷ ଦିନରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ 90 ଓଭରରେ ଦରକାର 312 ରନ। ଇଂଲଣ୍ଡ 438 ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସାମ୍ନାରେ ରଖିଛି।
4ର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ 126/2 ରହିଛି । ପିଟର ମଲାନ ଅପରାଜିତ ଅର୍ଧଶତକୀୟ ଇଂନିସ 63 ଓ କେଶବ ମହାରାଜ 2 ରନରେ ଅପରାଜିତ ଅଛନ୍ତି। 438 ରନ ଦକ୍ଷିଣ ଆଫ୍ରିକା ପାଇଁ ଲକି ଟାର୍ଗେଟ ରହିଛି । 2005-06 ମସିହାରେ ଅଷ୍ଟ୍ରେଲିଆ ଜୋହାନ୍ସବର୍ଗ ଦିନିକଆରେ, ଦକ୍ଷିଣ ଆଫ୍ରିକା ସାମ୍ନାରେ ଅସମ୍ଭବ ଲାଗୁଥିବା 435 ରନର ବିଜୟ ଲକ୍ଷ୍ୟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 438/9 ସହ ବିଜୟୀ ହେଇଥିଲା। ଏଥିସହିତ ଦିନିକିଆ କ୍ରିକେଟରେ ସର୍ବାଧିକ ରନକୁ ପିଛା କରି ବିଜୟୀ ଟିମ ହେବାର ରେକର୍ଡ କରିଥିଲା।