ଓଡିଶା

odisha

ETV Bharat / sports

ପରାଜୟ ପାଇଁ ଟସକୁ ଦାୟୀ କଲେ ଡୁ ପ୍ଲେସିସ - ହାର ପାଇଁ ଟସକୁ ଦାୟୀ

ସିରିଜ ହାରିବା ପରେ ଟସକୁ ଦାୟୀ କଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁ ପ୍ଲେସିସ । ଏହାସହ କହିଛନ୍ତି କୋହଲିଙ୍କ ଲକ ବହୁତ ଭଲ । ଅଧିକ ପଢ଼ନ୍ତୁ...

ହାର ପାଇଁ ଟସକୁ ଦାୟୀ କଲେ ଡୁ ପ୍ଲେସିସ

By

Published : Oct 28, 2019, 4:03 PM IST

ହାଇଦ୍ରାବାଦ: ଟେଷ୍ଟ ସିରିଜରେ ପରାଜୟ ପରେ ଚିନ୍ତାରେ ଅଛନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି । ତେବେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁ ପ୍ଲେସିସ କହିଛନ୍ତି ଯେ, ଯଦି କ୍ରିକେଟରେ ଟସ ପଡି ନଥାନ୍ତା ତେବେ ଭ୍ରମଣକାରୀ ଦଳ ଭାବରେ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳିଥା’ନ୍ତା ଓ ସେମାନେ ଭଲ ପ୍ରଦର୍ଶନ କରିଥାନ୍ତେ ନିଶ୍ଚିତ । 3 ମ୍ୟାଚ ବିଶିଷ୍ଟ ସିରିଜର 2ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଦୁଇ ଥର ଲଜ୍ୟା ଜନକ ଇନିଂସ ପରାଜୟ ମିଳିଥିଲା ।

ହାର ପାଇଁ ଟସକୁ ଦାୟୀ କଲେ ଡୁ ପ୍ଲେସିସ

ସୋସିଆଲ ମିଡିଆରେ ଡୁ ପ୍ଲେସିସଙ୍କ ଏହି ବୟାନ ପରେ କ୍ରିକେଟ ପ୍ରଶଂସକ ତାଙ୍କୁ ଖୁବ ଟ୍ରୋଲ କରିଥିଲେ । ଫ୍ୟାନ୍ସ କହିଛନ୍ତି ଯେ ହାରିଯିବା ପରେ ଏହା କେବଳ ଡୁ ପ୍ଲେସିସଙ୍କ ବାହାନା ।

ଜଣେ ଫ୍ୟାନ ଲେଖିଛନ୍ତି ଯେ, ‘ଯଦି ଆପଣ ଭାବୁଛନ୍ତି ଯେ ଫାଫ ଡୁ ପ୍ଲେସିସ ଭୟଙ୍କର ବୟାନ ଦେଇ ଥକି ଯାଇଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଏହି ବ୍ୟକ୍ତି ଅଟକିବ ନାହିଁ ।’

ହାର ପାଇଁ ଟସକୁ ଦାୟୀ କଲେ ଡୁ ପ୍ଲେସିସ

ଆଉ ଜଣେ ଫ୍ୟାନ ଲେଖିଛନ୍ତି ଯେ, ‘ଯଦି ଟିମର ଅଧିନାୟକ ଏପରି ମାନସିକତା ରଖିବେ ତେବେ ଟିମ କେବେ ବି ମ୍ୟାଚରେ ଜିତି ପାରିବ ନାହିଁ । ବିଶ୍ବକପରେ ଆପଣ ଦେଖିଥିଲେ । ଭାରତ ଟେଷ୍ଟ ସିରିଜରେ ମଧ୍ୟ ଆପଣ ଦେଖିଲେ । ଫାଫଙ୍କୁ ତାହା କରିବାର ଆବଶ୍ୟକତା ଅଛି ଯାହା କୋହଲି ଦକ୍ଷିଣ ଆଫ୍ରିକାରେ ଦୁଇଟି ଟେଷ୍ଟ ପରେ କରିଥିଲେ ।

ABOUT THE AUTHOR

...view details