ଓଡିଶା

odisha

ETV Bharat / sports

ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ, ମେଡିକାଲରେ ଭର୍ତ୍ତି - ବିଗିଡିଲା ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା

ବିଗିଡିଲା ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା
ବିଗିଡିଲା ଦାଦାଙ୍କ ସ୍ବାସ୍ଥ୍ୟବସ୍ଥା

By

Published : Jan 2, 2021, 1:52 PM IST

Updated : Jan 2, 2021, 5:17 PM IST

17:14 January 02

ଉଡଲାଣ୍ଡ୍ସ୍ ହସ୍ପିଟାଲ ଡାକ୍ତର ରୁପାଲି ବାସୁ କହିଛନ୍ତି, ଗାଙ୍ଗୁଲି Ischemic ହୃଦଜନିତ ସମସ୍ୟାରେ ଜଡିତ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ସେ ହେମୋଡାଇନାମିକ୍ ଭାବେ ସ୍ଥିର ଅଛନ୍ତି  । ସେ ଡୁଆଲ୍ ଆଣ୍ଟି ପ୍ଲେଟଲେଟ୍ ଏବଂ ଷ୍ଟାଟିନର ଲୋଡିଂ ଡୋଜ୍ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ପ୍ରାଥମିକ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ଚାଲିଛି ।

17:09 January 02

ରାଜ୍ୟପାଳ ଜଗଦୀପ ଧାନଖର ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

17:07 January 02

ଶ୍ରେୟସ ଆୟର ମଧ୍ୟ ଭଗବାନଙ୍କ ପାଖରେ ଦାଦାଙ୍କ ସୁସ୍ଥତା କାମନା କରିଛନ୍ତି । 

17:03 January 02

ବିରେନ୍ଦ୍ର ସେୱାଗ୍ ଦାଦାଙ୍କୁ ଶୀଘ୍ର ସୁସ୍ଥ ହୋଇ ଫେରିବାକୁ ଟ୍ବିଟ କରି କହିଛନ୍ତି ।

17:00 January 02

ବିସିସିଆଇ ମଧ୍ୟ ଦାଦାଙ୍କ ସୁସ୍ଥତା ପାଇଁ କାମନା କରିଛି । ଟ୍ବିଟି କରି ଗାଙ୍ଗୁଲିଙ୍କ ଆରୋଗ୍ୟତା କାମନା କରିଛି ।

16:47 January 02

ଆଇସିସି ଟ୍ବିଟର ହ୍ୟାଣ୍ଡେଲ ମଧ୍ୟ ଗାଙ୍ଗୁଲିଙ୍କ ହୃଦଘାତ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି ।

16:25 January 02

ଏହାସହ କ୍ରିକେଟର ବିରାଟ କୋହଲି, ବିରେନ୍ଦ୍ର ସେୱାଗ, ଶ୍ରେୟସ୍ ଆୟର ମଧ୍ୟ ଆରୋଗ୍ୟ କାମନା କରିଛନ୍ତି ।

15:03 January 02

ଶୀଘ୍ର ସୁସ୍ଥ ହୁଅ ଦାଦା

ତେବେ ଗାଙ୍ଗୁଲିଙ୍କ ଆରୋଗ୍ୟ କାମନା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି । ଏହାସହ ସେ ଗାଙ୍ଗୁଲିଙ୍କ ପରିବାର ସହ ରହିଥିବା କହିଛନ୍ତି ।

13:48 January 02

ବିଗିଡିଲା ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା

କୋଲକାତା: ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଦକ୍ଷିଣ କୋଲକାତାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଘରେ ଜିମ୍ କରୁଥିବା ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଛାତିରେ ଯନ୍ତ୍ରଣା ହେବା କାରଣରୁ ସେ ତଳେ ପଡି ଅଚେତ ହୋଇଯାଇଥିଲେ । ତେବେ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡିଛି । 

ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ପରିବାରଙ୍କ କହିବାନୁସାରେ, ସୌରଭଙ୍କୁ ପୂର୍ବରୁ ମଧ୍ୟ ଏପରି ସମସ୍ୟା ହୋଇଛି । ସେ ଶୁକ୍ରବାର ରାତିରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କ ପିଠି ଓ ହାତରେ ଯନ୍ତ୍ରଣା ଅନୁଭବ କରିଥିଲେ । ବିସିସିଆଇ ସେକ୍ରେଟାରୀ ଜୟ ଶାହା ମଧ୍ୟ ଦାଦାଙ୍କ ପରିବାର ସହ କଥା ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

Last Updated : Jan 2, 2021, 5:17 PM IST

ABOUT THE AUTHOR

...view details