ଓଡିଶା

odisha

ବାଲକୋନିରୁ ଆମ୍ବ ଗଛକୁ ସୁରକ୍ଷା ଦେଉଛନ୍ତି ଦାଦା, ନଟୱେଷ୍ଟ ଫାଇନାଲ ମନେପକାଇଲେ ଫ୍ୟାନ୍ସ

By

Published : May 22, 2020, 3:13 PM IST

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି ।

Sourav Ganguly posts pics of saving mango tree, fans remember Natwest final
ବାଲକୋନିରୁ ଦାଦା ଆମ୍ବ ଗଛ ସୁରକ୍ଷା, ନଟୱେଷ୍ଟ ଫାଇନାଲ ମନେପକାଇଲେ ଫ୍ୟାନ୍ସ

କୋଲକାତା: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋରେ ଗାଙ୍ଗୁଲି ନିଜ ଘରର ବାଲକୋନିରୁ ଏକ ଆମ୍ବ ଗଛକୁ ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି । ଏହି ଫଟୋକୁ ନିଜେ ଗାଙ୍ଗୁଲି ଟ୍ବିଟର ପେଜରେ ପୋଷ୍ଟ କରିବା ସହ ଶକ୍ତି ହିଁ ସର୍ବୋତ୍ତମ ବୋଲି ଲେଖିଛନ୍ତି ।

ତେବେ ଏହାର ଉତ୍ତରରେ କିଛି ଫ୍ୟାନ୍ସ ଗାଙ୍ଗୁଲିଙ୍କୁ ନଟୱେଷ୍ଟ ଫାଇନାଲ ମ୍ୟାଚକୁ ମନେପକାଇଛନ୍ତି । ଜଣେ ଫ୍ୟାନ୍ସ ଦାଦା, ବାଲକୋନିରେ ଆଉ ଏକ ଶକ୍ତିଶାଳୀ ଶୋ ବୋଲି ଲେଖିଛନ୍ତି । ଅନ୍ୟଜଣେ ଫ୍ୟାନ୍ସ ବାଲକୋନି ଓ ଦାଦାଙ୍କ ସଂପର୍କ ବେଶ ପୁରୁଣା ବୋଲି ଲେଖିଛନ୍ତି ।

ବର୍ଷ 2002ରେ ଇଂଲଣ୍ଡ ବିପକ୍ଷ ନଟୱେଷ୍ଟ ଫାଇନାଲ ମ୍ୟାଚରେ ଏକ ନିଶ୍ଚିନ୍ତ ପରାଜୟକୁ ମହମ୍ମଦ କୈଫ ଓ ଯୁବରାଜ ସିଂହଙ୍କ ଲଢୁଆ ଇଂନିସ ବିଜୟରେ ବଦଳାଇ ଦେଇଥିଲା । ଫଳରେ ତତ୍କାଳୀନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ଲର୍ଡ୍ସ ବାଲକୋନିରେ ନିଜ ଟି-ସାର୍ଟ ଖୋଲି ଖୁସି ମନାଇଥିଲେ ।

ତେବେ ବାତ୍ୟା ଅମ୍ପାନ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୋଲକାତା ସହରରେ ଅନେକ ଗଛ ନଷ୍ଟ ହେବା ସହ କେତେକ ଘର ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି

ABOUT THE AUTHOR

...view details