ଓଡିଶା

odisha

ETV Bharat / sports

ଜାନୁଆରୀ 6ରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ବିସିସିଆଇ ବସ୍ - ସୌରଭ ଗାଙ୍ଗୁଲି ଅସୁସ୍ଥ

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

Sourav Ganguly likely to be released from hospital on Jan 6
ଜାନୁଆରୀ 6ରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି ବିସିସିଆଇ ବସ୍

By

Published : Jan 4, 2021, 5:35 PM IST

କୋଲକାତା:ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲି ଆସନ୍ତା ବୁଧବାର(6 ଜାନୁଆରୀ)ରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ଏନେଇ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

ଦେଶର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ ମଙ୍ଗଳବାର ହସ୍ପିଟାଲ ପରିଦର୍ଶନରେ ଆସିବା ସହ ଗାଙ୍ଗୁଲିଙ୍କୁ ସ୍ବାସ୍ଥ୍ୟବସ୍ଥା ପରଖିବେ । ପରେ ମଙ୍ଗଳବାର ନୁହେଁ ବରଂ ବୁଧବାର ବିସିସିଆଇ ସଭାପତି ହସ୍ପିଟାଲରୁ ଡିସଚାର୍ଜ ହେବାର ସମ୍ଭାବନା ଥିବା ଚିକିତ୍ସା କରୁଥିବା ଏକ୍ସପର୍ଟ ମେଡିକାଲ ଟିମର ଜଣେ ସଦସ୍ୟ ଆଜି ଅପରାହ୍ନରେ ଗଣମାଧ୍ୟମକୁ କହିଛନ୍ତି ।

ଗାଙ୍ଗୁଲି, ଶନିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।

"ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା ଚାଲିଛି । ଦାଦାଙ୍କ ଧମନୀରେ ଥିବା ସାମାନ୍ୟ ଅସୁବିଧାର ଚିକିତ୍ସା ଚାଲିଛି । ଘରେ ରହି ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଚିକିତ୍ସା ନିଷ୍ପତ୍ତି ନେଇ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ । ହୃଦରୋଗ ବିଶେଷଜ୍ଞ ଡାକ୍ତର ସରୋଜ ମଣ୍ଡଳଙ୍କ ନେତୃତ୍ବରେ ଚିକିତ୍ସା କରୁଥିବା 9 ଜଣିଆ ମେଡିକାଲ ଟିମର ଜଣେ ସଦସ୍ୟ ଏହା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details