ଓଡିଶା

odisha

ETV Bharat / sports

ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଜି ଶୁଣାଣି - ଭାରତୀୟ କ୍ରିକେଟ୍ ବୋର୍ଡ

ସପ୍ତାହକ ମଧ୍ୟରେ ସରିବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ । ସମ୍ପାଦକ ଜୟ ଶାହଙ୍କର ସରିଛି ଅବଧି । ବାଧ୍ୟତାମୂଳକ କୁଲିଙ୍ଗ ଅଫ ପୂର୍ବରୁ ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିଛି ବିସିସିଆଇ । ଆଜି ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ...

Sourav Ganguly and Jay Shah term extension, BCCI moves Supreme Court again, supreme court to hear BCCI's plea, ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହ, ଭାରତୀୟ କ୍ରିକେଟ୍ ବୋର୍ଡ, ସୁପ୍ରିମ କୋର୍ଟରେ ବିସିସିଆର ଆବେଦନ
ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଜି ଶୁଣାଣି

By

Published : Jul 22, 2020, 12:48 PM IST

ନୂଆଦିଲ୍ଲୀ: ସୌରାଭ ଗାଙ୍ଗୁଲି ଏବଂ ଜୟ ଶାହଙ୍କୁ ବିସିସିଆଇ ଅଧିକାରୀ ଭାବରେ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟର ବହୁ ପ୍ରତୀକ୍ଷିତ ଶୁଣାଣି ପୂର୍ବରୁ ଆଇପିଏଲ ସ୍ପଟ୍ ଫିକ୍ସିଂ ଆବେଦନକାରୀ ଆଦିତ୍ୟ ବର୍ମା ପୂର୍ବତନ ଅଧିନାୟକଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡର ନେତୃତ୍ବ ନେବା ପାଇଁ ଶ୍ରେଷ୍ଠ ବ୍ୟକ୍ତି ବୋଲି କହିଛନ୍ତି। ଏହାର ସମ୍ବିଧାନରେ ପରିବର୍ତ୍ତନ ଆଣି ଗାଙ୍ଗୁଲି ଏବଂ ଶାହଙ୍କ ଯୋଡିଙ୍କୁ ବାଧ୍ୟତାମୂଳକ କୁଲିଙ୍ଗ-ଅଫ ଅବଲମ୍ବନ କରିବା ପରିବର୍ତ୍ତେ ଯଥାକ୍ରମେ ଅଧ୍ୟକ୍ଷ ଏବଂ ସମ୍ପାଦକ ଭାବରେ ରହିବାକୁ ଅନୁମତି ଦେବା ପାଇଁ ବିସିସିଆଇର ଆବେଦନ ଉପରେ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିବେ।

କ୍ରିକେଟ ଆସୋସିଏସନ ଅଫ୍ ବିହାର (CAB) ର ସଚିବ ଥିବା ବର୍ମା ମଙ୍ଗଳବାର କହିଛନ୍ତି ଯେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ତାଙ୍କ ଓକିଲମାନେ ଗାଙ୍ଗୁଲି ଏବଂ ଶାହଙ୍କ ପାଇଁ କୁଲିଙ୍ଗ ଅଫ ସମୟ ଛାଡକୁ ବିରୋଧ କରିବେ ନାହିଁ। ଧର୍ମେନ୍ଦ୍ର କହିଛନ୍ତି, ‘‘ମୁଁ ସର୍ବଦା କହିଛି ଯେ ବିସିସିଆଇର ନେତୃତ୍ବ ନେବା ପାଇଁ ସୌରଭ ଗାଙ୍ଗୁଲି ହେଉଛନ୍ତି ସର୍ବୋତ୍ତମ ବ୍ୟକ୍ତି। ମୋର ବିଶ୍ବାସ ଯେ ବିସିସିଆଇକୁ ସ୍ଥିର କରିବା ପାଇଁ ଦାଦା ଏବଂ ଜୟ ଶାହଙ୍କୁ ସମ୍ପୂର୍ଣ୍ଣ ସମୟ ମିଳିବା ଉଚିତ।’’

2013 ଆଇପିଏଲ ସ୍ପଟ ଫିକ୍ସିଂ ଦୁର୍ନୀତିର ବର୍ମା ହେଉଛନ୍ତି ମୂଳ ଆବେଦନକାରୀ, ଯାହା ପାଇଁ ସର୍ବୋଚ୍ଚ ଅଦାଲତ ଲୋଧା ପ୍ୟାନେଲ୍ ଗଠନ କରିଥିଲେ, ଯାହାକି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡରେ ସାମ୍ବିଧାନିକ ସଂସ୍କାର ଆଣିବାକୁ ପରାମର୍ଶ ଦେଇଥିଲା । ବୋର୍ଡର ସ୍ଥିରତା ପାଇଁ ଗାଙ୍ଗୁଲି ଏବଂ ଶାହଙ୍କ ଯୋଡି ଆବଶ୍ୟକ ବୋଲି ଧର୍ମେନ୍ଦ୍ର ଯୁକ୍ତି କରିଛନ୍ତି। ‘‘CAB ପକ୍ଷରୁ ଯଦି ଦାଦାଙ୍କୁ ବିସିସିଆଇ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଏ ତେବେ ମୋର ଆପତ୍ତି ନାହିଁ।’’

ବୋର୍ଡ ଅଧ୍ୟକ୍ଷ ଭାବରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବିଷୟରେ ସେ କହିଛନ୍ତି ଯେ, ‘‘ତାଙ୍କର ନଅ ମାସ ମଧ୍ୟରୁ ଚାରି ମାସ କୋରୋନା ଭାଇରସ୍ କାରଣରୁ ଶିଥିଳ ହୋଇ ଯାଇଛି ଏବଂ ଯୋଜନା ଏବଂ ନୀତି କାର୍ଯ୍ୟକାରୀ କରିବା ପାଇଁ ଯେକୌଣସି ପ୍ରଶାସକଙ୍କ ପାଇଁ ସମୟ ଆବଶ୍ୟକ।’’ ବିସିସିଆଇର ନୂତନ ସମ୍ବିଧାନ ଅନୁଯାୟୀ, ଏକ ରାଜ୍ୟ ସଙ୍ଗଠନ କିମ୍ବା ବୋର୍ଡରେ ଅଫିସ୍ ଧାରକ ଭାବରେ 6 ବର୍ଷ କାର୍ଯ୍ୟ କରିବା ପରେ ତିନି ବର୍ଷର କୁଲିଙ୍ଗ-ଅଫ ଅବଧି ବାଧ୍ୟତାମୂଳକ ଅଟେ।

ସର୍ବସମ୍ମତି କ୍ରମେ ନିର୍ବାଚିତ ହେବା ପରେ ଗାଙ୍ଗୁଲି ଏବଂ ଶାହ ଗତ ଅକ୍ଟୋବରରେ ବିସିସିଆଇ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ଉଭୟ ନିଜ ନିଜ ରାଜ୍ୟରେ ଦୀର୍ଘ ସମୟ କାର୍ଯ୍ୟ କରିବା ପରେ ବିସିସିଆଇରେ ଯୋଗ ଦେଇଥିଲେ। ଭାରତର ପୂର୍ବତନ ଅଧିନାୟକ ପୂର୍ବରୁ ବଙ୍ଗଳା କ୍ରିକେଟ୍ ଆସୋସିଏସନରେ ପଦବୀରେ ଅବସ୍ଥାପିତ ହୋଇଥିବାବେଳେ ଶାହ ଗୁଜୁରାଟ କ୍ରିକେଟ୍ ଆସୋସିଏସନରେ ଯୁଗ୍ମ ସଚିବ ଥିଲେ। ବିସିସିଆଇ ଅଧ୍ୟକ୍ଷ ଭାବରେ ଗାଙ୍ଗୁଲିଙ୍କର ଏକ ସପ୍ତାହରୁ କମ୍ ସମୟ ଥିବାବେଳେ ଶାହଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି।

ABOUT THE AUTHOR

...view details