ଓଡିଶା

odisha

ETV Bharat / sports

ଦାଦାଙ୍କୁ ବିସିସିଆଇ ଦାୟିତ୍ବ , ହୋଇପାରନ୍ତି ବିସିସିଆଇ ନୂଆ ସଭାପତି - ବିସିସିଆଇ ସଭାପତି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରବର୍ତ୍ତୀ ସଭାପତି ହୋଇପାରନ୍ତି ସୌରଭ ଗାଙ୍ଗୁଲି । କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁତ୍ର ଜୟ ଶାହା ସଂପାଦକ, ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲଙ୍କୁ କୋଷାଧକ୍ଷ, ବ୍ରିଜେଶ ପଟେଲଙ୍କୁ ଆଇପିଏଲ ଚେୟାରମ୍ୟାନ ପଦ ମିଳିପାରେ । ଏନେଇ ଅନଓୌପଚାରିକ ଭାବେ ବିସିସିଆଇ ପକ୍ଷରୁ ସ୍ଥିର ହୋଇଥିବା ଜଣାପଡିଛି ।

ଡିଜାଇନ ଫଟୋ

By

Published : Oct 14, 2019, 3:17 AM IST

Updated : Oct 15, 2019, 2:27 AM IST

ନୂଆଦିଲ୍ଲୀ: ଏଥର ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ନୁହେଁ, ମିଳିପାରେ ବଡ ଦାୟିତ୍ବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରବର୍ତ୍ତୀ ସଭାପତି ହୋଇପାରନ୍ତି ସୌରଭ ଗାଙ୍ଗୁଲି । ଟିମ ଇଣ୍ଡିଆର ଦାଦା ଏବେ ବେଙ୍ଗଲ କ୍ରିକେଟ ଆସୋସିଏସନ(CAB)ର ସଭାପତି ଅଛନ୍ତି । ଏନେଇ ଅନଓୌପଚାରିକ ଭାବେ ବିସିସିଆଇ ପକ୍ଷରୁ ସ୍ଥିର ହୋଇଥିବା ଜଣାପଡିଛି ।

ଜଣେ କ୍ରିକେଟର, କ୍ୟାପଟେନ, କୋଚ ଓ ପରିଚାଳନା ଅଧିକାରୀ ଭାବେ ଗାଙ୍ଗୁଲିଙ୍କ ଅଭିଜ୍ଞତା ରହିଛି । ସେ ପୂର୍ବରୁ ବିସିସିଆଇର ବୈଷୟିକ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହିତ ବହୁ ବର୍ଷ ଧରି ବିସିସିଆଇର ଗଣମାଧ୍ୟମ ପ୍ରବକ୍ତା ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ପ୍ରଶାସନିକ ଗୁରୁ କୁହାଯାଉଥିବା ଜଗମୋହନ ଡାଲମିଆଙ୍କ ପରେ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ବୋର୍ଡର ଭାର ସମ୍ଭାଳିଥିଲେ ।


ଅନ୍ୟତମ ପୂର୍ବତନ ବିସିସିଆଇ ସଭାପତି ଏନ ଶ୍ରୀନିବାସନ ବ୍ରିଜେଶ ପଟେଲଙ୍କ ନାମ ସଭାପତି ପାଇଁ ସାମ୍ନାକୁ ଆଣିଛନ୍ତି । ମାତ୍ର ଗାଙ୍ଗୁଲି ସଭାପତି ହେଲେ ବେଶୀ ଖୁସିହେବେ ବୋଲି କହିଛନ୍ତି ଜଣେ ବିସିସିଆଇ ଅଧିକାରୀ । ବ୍ରିଜେଶ ପଟେଲଙ୍କୁ ଆଇପିଏଲ ଚେୟାରମ୍ୟାନ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ବିସିସିଆଇର ସଭାପତି ରେସରେ ଦାଦା ସବୁଠୁ ଆଗରେ ଅଛନ୍ତି । ସେହିପରି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁତ୍ର ଜୟ ଶାହା ନୂଆ ସଂପାଦକ ହୋଇପାରନ୍ତି । ଅରୁଣ ଧୁମଲଙ୍କୁ ନୂଆକରି ବିସିସିଆଇର କୋଷାଧକ୍ଷ ପଦ ମିଳିପାରେ । ଅରୁଣ ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ସାନ ଭାଇ ।

ଅନ୍ୟପଟେ ପୂର୍ବତନ ଭାରତୀୟ କୋଚ ଅଂଶୁମାନ ଗାଏକ୍ବାଡ କିର୍ତ୍ତୀ ଯାଦବଙ୍କୁ ହରାଇ ବିସିସିଆଇର 9 ଜଣିଆ ଆପେକ୍ସ କମିଟିରେ ପୁରୁଷ ଆଇସିଏ ପ୍ରତିନିଧି ହୋଇଛନ୍ତି । ସେହିପରି ସାନ୍ଥା ରଙ୍ଗାସ୍ବାମୀ ମହିଳା ସଦସ୍ୟ ଭାବେ ପୂର୍ବରୁ ନିର୍ଦୋନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ସୋମବାର ବିସିସିଆଇ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ତେବେ ଇଲେକ୍ସନ ନୁହେଁ ବରଂ ସିଲେକ୍ସନ ହେବ ବୋଲି ସ୍ପଷ୍ଟ ହୋଇଛି । ଲୋଧା କମିଟିର ସୁପାରିଶ ଅନୁଯାୟୀ ନୂଆ ଅଧିକାରୀଙ୍କ କାର୍ଯ୍ୟକାଳ 33 ମାସ ରହିପାରେ ।

Last Updated : Oct 15, 2019, 2:27 AM IST

ABOUT THE AUTHOR

...view details