କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଆଶ୍ବସ୍ଥିକର ଖବର । ଶୁକ୍ରବାର କୋଲକାତାର ଆପୋଲୋ ଗ୍ଳେନେଗ୍ଳସ ହସ୍ପିଟାଲ ପକ୍ଷରୁ ଜାରି ମେଡିକାଲ ବୁଲେଟିନ ଜାରି ହୋଇଛି । ଏଥିରେ ଗାଙ୍ଗୁଲି ସୁସ୍ଥ ଥିବା କୁହାଯାଇଛି । ଏଥିସହ ତାଙ୍କୁ କ୍ରିଟିକାଲ କେୟାର ୟୁନିଟରୁ ଏକ ପ୍ରାଇଭେଟ ରୁମ୍କୁ ସ୍ଥାନାନ୍ତର କରାଯାଇଛି ।
ଡାକ୍ତର ଆଫତାବ ଖାନ ଓ ଡାକ୍ତର ଅଶ୍ବିନ ମେହଟ୍ଟାଙ୍କ ନେତୃତ୍ବରେ ଗାଙ୍ଗୁଲିଙ୍କ ଚିକିତ୍ସା ଜାରି ରହିଛି ।