କୋଲକାତା:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ କୋଭିଡ-19 ରିପୋର୍ଟ ନେଗେଟିଭ ରହିଛି । ଏଥିସହ ଜ୍ବର ନଥିବା ମଧ୍ୟ ରବିବାର ସ୍ପଷ୍ଟ କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତରୀ ଟିମ ।
ଶନିବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ, କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରୀ ଟିମଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରରେ ଗାଙ୍ଗୁଲି ଠିକ୍ ରେ ଶୋଇଥିଲେ । ସକାଳେ ଜଳଖିଆ ଓ ଚା ମଧ୍ୟ ପିଇଛନ୍ତି । ସକାଳ 10.00ଟାରେ କରାଯାଇଥିବା ECG ରିପୋର୍ଟ ସନ୍ତୋଷଜନକ ରହିଛି ।