ଓଡିଶା

odisha

By

Published : Sep 12, 2020, 10:50 PM IST

Updated : Sep 13, 2020, 7:04 AM IST

ETV Bharat / sports

ଆଇପିଏଲ ରନର୍ସଅପ ତାଲିକା: ଆରସିବି ସହ ଭାଗ୍ୟର ବିଡମ୍ବନା

ଭରପୁର ଶକ୍ତି ଓ ସର୍ବକୃଷ୍ଟ ରଣକୌଶଳ ରଖିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ପାଇଁ ଭାଗ୍ୟ ଯେମିତି ବିଡମ୍ବନା କରିଛି । ତିନି ତିନି ଥର ଫାଇନାଲ ଖେଳିଥିବା ଏହି ଦଳ ଗୋଟିଏ ଥର ମଧ୍ୟ ଟାଇଟଲ ହାତେଇ ପାରିନାହିଁ । ତେବେ ଆଇପିଏଲ ଇତିହାସରୁ ଏମିତି କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ହାଇଦ୍ରାବାଦ:ବିଶ୍ବ କ୍ରିକେଟର ଅନ୍ୟତମ ଲୋକପ୍ରିୟ କ୍ରିକେଟ କାର୍ନିଭାଲ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । ବିସିସିଆଇ ଦ୍ବାରା ଆୟୋଜିତ ଦେଶର ଏହି ଧନୀ ଲିଗ ଏଯାବତ୍‌ 12ଟି ସଂସ୍କରଣର ସଫଳ ଆୟୋଜନ କରି ସାରିଲାଣି । ପ୍ରତି ସଂସ୍କରଣରେ ନୂଆ ପୁରଣା ଚମ୍ପିଆନ ମିଳି ଆସିଛି । ଲିଗର ସବୁଠାରୁ ସଫଳତମ ଦଳ ଭାବେ ମୁମ୍ବାଇ ଇଣ୍ଡିଆନ୍ସ 4 ଥର ଟାଇଟେଲ ଟେକି ସାରିଛି । ମାତ୍ର ଭରପୁର ଶକ୍ତି ଓ ସର୍ବକୃଷ୍ଟ ରଣ କୌଶଳ ରଖିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ପାଇଁ ଭାଗ୍ୟ ଯେମିତି ବିଡମ୍ବାନା କରିଛି । ତିନି ତିନି ଥର ଫାଇନାଲ ଖେଳିଥିବା ଏହି ଦଳ ଗୋଟିଏ ଥର ମଧ୍ୟ ଟାଇଟଲ ହାତେଇ ପାରି ନାହିଁ । ତେବେ ଆଇପିଏଲ ଇତିହାସରୁ ଏମିତି କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’

ଆଜିର ଏହି ଉପସ୍ଥାପନାରେ ଆଇପିଏଲର ସମସ୍ତ ରନର୍ସଅପ୍ ଦଳଙ୍କ ଉପରେ ନଜର ପକାଇବା । ତେବେ ବାଙ୍ଗଲୋର ପରି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ବି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ସ୍ବାଦ ଚାଖି ପାରି ନାହାଁନ୍ତି । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପରକିଙ୍ଗ୍ସ ସର୍ବାଧିକ 6ଥର ଫାଇନାଲ ମ୍ୟାଚ ଖେଳିଛି । ତେବେ ନଜର ପକାନ୍ତୁ ଏହି ପରି ରନର୍ସଅପ ତାଲିକା ଉପରେ...

  • ଚେନ୍ନାଇ ସୁପରକିଙ୍ଗ୍ସ-2008

ଆଇପିଏଲର ସିଂହ ଭାବେ ଗଣାଯାଉଥିବା ଏଦି ଫ୍ରାଞ୍ଚାଇଜ୍‌ ସର୍ବାଧିକ ଥର ଫାଇନାଲ ମ୍ୟାଚ ଖେଳିଛି । ଆଇପିଏଲର ପ୍ରଥମ ସଂସ୍କରଣରେ ମଧ୍ୟ ଫାଇନାଲ ଖେଳିଥିଲା ମହେନ୍ଦ୍ର ସିଂ ଧୋନିଙ୍କ ଏହି ନେତୃତ୍ବାଧିନ ଦଳ । ମାତ୍ର ଫାଇନାଲରେ ରାଜସ୍ଥାନ ରୟାଲ୍ସଠାରୁ 3 ୱିକେଟରେ ପରାସ୍ତ ହୋଇ ପ୍ରଥମ ସଂସ୍କରଣରେ ଟାଇଟଲ ଟେକିବାରୁ ବଞ୍ଚିତ ହୋଇଥିଲା ଚେନ୍ନାଇ । ମୁମ୍ବାଇ ପାଇଁ 39 ବଲରୁ 56ରନ କରିଥିବା ୟୁସୁଫ ପଠାନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ଏହି ମ୍ୟାଚ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା ।

  • 2. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-2009

ରୋମାଞ୍ଚକ ମୋଡର ଏହି ଫାଇନାଲ ମ୍ୟାଚରେ ମାତ୍ର 6 ରନରେ ପରାସ୍ତ ହୋଇଥିଲା ଡେକାନ ଚାର୍ଜର୍ସ । ଆରସିବି ବୋଲର, ଅନିଲ କୁମ୍ବଲେ 4 ଓଭରରେ 16 ବ୍ୟୟ କରି 4 ୱିକେଟ ହାତେଇଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ଭାବେ ବିବେଚିତ କରାଯାଇଥିଲା । ଏହି ମ୍ୟାଚରେ ଆରସିବି ଅଧିନାୟକ ବିରାଟ କୋହଲି ମାତ୍ର 7 ରନ କରିଥିଲେ । ଏହି ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା
  • 3. ମୁମ୍ବାଇ ଇଣ୍ଡିଆନ୍ସ-2010

ଏହି ସିଜିନରେ 2ୟ ଥର ପାଇଁ ଫାଇନାଲ ଖେଳିଥିଲା ଚେନ୍ନାଇ ଏବଂ ସିଏସକେର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାବେ ଗଣା ଯାଉଥିବା ମୁମ୍ବାଇ ଥିଲା 2ୟ ଫାଇନାଲିଷ୍ଟ । ତେବେ 22ରନରେ ଫାଇନାଲରେ ପାରାସ୍ତ ହୋଇଥିବା ଏମଆଇ । ପ୍ରଥମଥର ପାଇଁ ଟ୍ରଫି ଟେକିଥିଲା ସିଏସକେ । ଏହି ମ୍ୟାଚ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା ।

  • 4. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-2011

ସେହିପରି 2011ରେ ଆଇପିଏଲରର 4ର୍ଥ ସଂସ୍କରଣରେ 2ୟଥର ପାଇଁ ଫାଇନାଲ ଖେଳୁଥିଲା ଆରସିବି । ସାମ୍ନାରେ ଥିବା ଚେନ୍ନାଇଠାରୁ 58ରନରେ ପରାସ୍ତ ହୋଇ 2ୟ ଥର ଟ୍ରଫିରୁ ବଞ୍ଚିତ ହୋଇଥିଲା ବିରାଟଙ୍କ ଟିମ ।

  • 5. ଚେନ୍ନାଇ ସୁପରକିଙ୍ଗ୍ସ-2012

ତେବେ ଆଇପିଏଲ-5ରେ ମଧ୍ୟ ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲକୁ ପ୍ରବେଶ କରିଥିଲା । ତେବେ କେକେଆର ସେମାନଙ୍କଠାରୁ କ୍ରମାଗତ ତୃତୀୟ ଟାଇଟଲ୍ ଜିତିବାରୁ ବଞ୍ଚିତ କରିଥିଲା । କେକେଆର ଏମ ବିସଲାଙ୍କ 48 ଟି ବଲରୁ 89 ରନର ପାଳି ଚେନ୍ନାଇଠାରୁ ଟାଇଟଲ ଛଡାଇ ନେଇଥିଲା । ଚେନ୍ନାଇ ରଖିଥିବା 191 ରନ୍ ଟାର୍ଗେଟକୁ 2ଟି ବଲ ବାକି ଥାଇ ହାସଲ କରିଥିଲା ଶାହାରୁଖ ଖାନଙ୍କ ଦଳ ।

  • 6. ଚେନ୍ନାଇ ସୁପରକିଙ୍ଗ୍ସ-2013

ନୂତନ ଅଧିନାୟକଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ 2013 ରେ ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିଥିଲେ । ପ୍ରଥମ ଥର ପାଇଁ ଧୋନିଙ୍କ ନେତୃତ୍ବ ଶୈଳୀକୁ ମାତ ଦେଇଥିଲେ ମୁମ୍ବାଇର ନୂଆ ଅଧିନାୟକ ବନିଥିବା ଭାରତୀୟ ଓପନର ରୋହିତ ଶର୍ମା । ମାତ୍ର 23 ରନରେ ଫାଇନାଲ୍ ଜିତିଥିଲା ମୁମ୍ବାଇ |

ଆଇପିଏଲ କିଛି ଜଣା କିଛି ଅଜଣା
  • 7. କିଙ୍ଗ୍ସ ଏକାଦଶ ପଞ୍ଜବ- 2014

ତେବେ ଆଇପିଏଲର 7ମ ସଂସ୍କରଣରେ ଫାଇନାଲରେ ଫାଇନାଲରେ ଏକ ନୂତନ ଦଳ ଭାବେ ଉଭା ହୋଇଥିଲା କିଙ୍ଗସ୍ ଏକାଦଶ ପଞ୍ଜାବ । ମାତ୍ର ଟାଇଟଲ୍ ଜିତିବାରୁ ବଞ୍ଚିତ ହୋଇଥିଲା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଏହି ଦଳ । 3 ୱିକେଟରେ ଫାଇନାଲ ଜିତିଥିଲା କେକେଆର୍ । ମନୀଷ ପାଣ୍ଡେଙ୍କ 50 ବଲରୁ 90 ରନ୍ ଏହି ପାଳି ସଦା ସ୍ମରଣୀୟ ରହିବ |

ଆଇପିଏଲ କିଛି ଜଣା କିଛି ଅଜଣା
  • 8. ଚେନ୍ନାଇ ସୁପରକିଙ୍ଗ୍ସ-2015

ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । 202କୁ ପିଛା କରୁଥିବା CSK ଦ୍ୱିତୀୟ ଇନିଂସରେ 161 ସ୍କୋର କରିପାରିଥିଲା । ଫଳରେ ଦ୍ବିତୀୟ ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ କିଛି ଜଣା କିଛି ଅଜଣା
  • 9. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-2016

2016 ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ହରାଇଲା | ସନରାଇଜର୍ସ ହାଇଦ୍ରବାଦ ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲେ । ରୋମାଞ୍ଚକ ମୋଡରେ ମାତ୍ର 8 ରନରେ ମ୍ୟାଚ ଜିତିଥିଲା ହାଇଦ୍ରାବାଦ ।

ଆଇପିଏଲ କିଛି ଜଣା କିଛି ଅଜଣା
  • 10. ରାଇଜିଂ ପୁନେ ସୁପରଜିଆଣ୍ଟସ୍-2017

2017 ଆଇପିଏଲରେ ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ବିପକ୍ଷରେ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର 128 ରନ୍ ସଂଗ୍ରହ କରିଥିଲା । ମିଚେଲ ଜନସନ ତାଙ୍କ ଚାରି ଓଭରରେ ମାତ୍ର 26 ରନ୍ ବ୍ୟୟ କରି 3 ୱିକେଟ୍ ନେଇଥିଲେ । ଆଉ ଏମଆଇ ଏହି ମ୍ୟାଚକୁ 1 ରନରେ ଜିତିୱ ନେଇଥିଲା । 38 ବଲରୁ 47 ରନ୍ ସଂଗ୍ରହ କରି କ୍ରୁନାଲ ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

  • 11. ସନରାଇଜର୍ସ ହାଇଦ୍ରବାଦ- 2018

ଲିଗ୍‌ରୁ ଦୁଇ ବର୍ଷର ନିଲମ୍ବନ ପରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଫାଇନାଲ ମ୍ୟାଚରେ ଓହ୍ଲାଇଥିଲା । ତେବେ 8 ୱିକେଟ୍ ମ୍ୟାଚ ଜିତି ତୃତୀୟ ଟାଇଟଲ୍ ହାସଲ କରିଥିଲା । ମାତ୍ର 57 ବଲରୁ 117 ରନ୍ ସଂଗ୍ରହ କରି ସେନ ୱାଟସନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରେ 178ରନର ଟାର୍ଗେଟ ରଖିଥିଲା ହାଇଦ୍ରାବାଦ । ଯାହାକୁ ମାତ୍ର 2ଟି ୱିକେଟ ବ୍ୟୟରେ ଅତି ସହଜରେ ହାସଲ କରି ନେଇଥିଲା ଚେନ୍ନାଇ । ଏହି ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯାଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା
  • 12. ଚେନ୍ନାଇ ସୁପରକିଙ୍ଗ୍ସ- 2019

2019 ଆଇପିଏଲ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା । ମ୍ୟାଚ୍ ଫାଇନାଲ ଓଭରର ଶେଷ ବଲରେ ମାତ୍ର ଏକ ରନରେ ମ୍ୟାଚ ଜିତିଥିଲା ମୁମ୍ବାଇ । ମୁମ୍ବାଇ 4 ଓଭରରେ 2 ୱିକେଟ ନେଇଥିବା ଜସପ୍ରିତ ବୁମରାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପ୍ରଦାନ କରାଯାଇଥିଲା । ରୋମାଞ୍ଚକ ମୋଡର ଏହି ଫାଇନାଲର ଶେଷ ବଲରେ ଚେନ୍ନାଇର ଶ୍ରାଦ୍ଦୁଲ ଠାକୁରଙ୍କୁ ବୋଲ୍ଡ କରି ମୁମ୍ବାଇକୁ 4ର୍ଥ ଟାଇଟେଲ ଦେଇଥିଲେ ମାଲିଙ୍ଗା ।

ଆଇପିଏଲ କିଛି ଜଣା କିଛି ଅଜଣା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2020, 7:04 AM IST

ABOUT THE AUTHOR

...view details