ଓଡିଶା

odisha

ETV Bharat / sports

2019 ଆଇସିସି ମହିଳା ଦିନିକିଆ-ଟି20 ଦଳ ଘୋଷଣା: ଉଭୟ ଟିମରେ ସ୍ମୃତି - ଆଇସିସି ମହିଳା ଦିନିକିଆ-ଟି20 ଦଳ

ଆଇସିସି ପକ୍ଷରୁ ଘୋଷଣା ହୋଇଥିବା 'ମହିଳା ଦିନିକିଆ ଓ ଟି20 ଟିମ ଅଫ ଦି ଇୟର'ରେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ସ୍ମୃତି ମାନ୍ଧାନା ଉଭୟ ଟିମରେ ସ୍ଥାନ ପାଇଛନ୍ତି। ଅଧିକ ପଢନ୍ତୁ...

ସ୍ମୃତି ମାନ୍ଧାନା
ସ୍ମୃତି ମାନ୍ଧାନା

By

Published : Dec 17, 2019, 7:13 PM IST

ଦୁବାଇ: ଭାରତୀୟ କ୍ରିକେଟ ପାଇଁ ଖୁସି ଖବର। ଘୋଷଣା ହୋଇଛି ଆଇସିସି 'ମହିଳା ଦିନିକିଆ ଓ ଟି20 ଟିମ ଅଫ ଦି ଇୟର' । 11 ଜଣିଆ ଜଣିଆ ଟିମରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି । ଦିନିକିଆ ଟିମରେ ଭାରତର 4 ଜଣ ଓ ଟି20 ଟିମରେ 3 ଜଣ ଖେଳାଳି ସ୍ଥାନ ପାଇଛନ୍ତି।

ଦିନିକିଆ ଟିମରେ ସ୍ମୃତି ମନ୍ଧାନା, ଝୁଲଣ ଗୋସ୍ବାମୀ ଓ ପୁନମ ଯାଦବ ଓ ଶିଖା ପାଣ୍ଡେଙ୍କୁ ସ୍ଥାନ ମିଳିଛି। ଟି20 ଟିମରେ ସ୍ମୃତି ମାନ୍ଧାନା, ଦିପ୍ତି ଓ ରାଧା ଯାଦବ ସ୍ଥାନ ପାଇଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର ଓପନର ସ୍ମୃତି ମାନ୍ଧାନା ଉଭୟ ଟିମରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆର ମେଗ ଲାନିଙ୍ଗ ଉଭୟ ଟି20ଓ ଦିନିକିଆ ଦଳର କ୍ୟାପଟେନ ହୋଇଛନ୍ତି।

ଆଇସିସି ମହିଳା ଦିନିକିଆ ଟିମ ଅଫ ଦି ଇୟର

ଆଇସିସି ମହିଳା ଦିନିକିଆ ଟିମ ଅଫ ଦି ଇୟର: 1.ଏଲେସା ହେଲି(ୱିକେଟ କିପର)ଅଷ୍ଟ୍ରେଲିଆ, 2. ସ୍ମୃତି ମନ୍ଧାନା-ଭାରତ, 3. ତମସିନ ବିଉମୋଣ୍ଟ-ଇଂଲଣ୍ଡ, 4. ମେଗ ଲାନିଙ୍ଗ(କ୍ୟାପଟେନ)-ଅଷ୍ଟ୍ରେଲିଆ, 5. ଷ୍ଟାଫନି ଟେଲର-ୱେଷ୍ଟଇଣ୍ଡିଜ, 6. ଏଲିସ ପେରୀ-ଅଷ୍ଟ୍ରେଲିଆ, 7. ଜେସ ଜନାସେନ-ଅଷ୍ଟ୍ରଲିଆ, 8. ଶିଖା ପାଣ୍ଡେ-ଭାରତ, 9. ଝୁଲଣ ଗୋସ୍ବାମୀ-ଭାରତ, 10. ମେଗାନ ସ୍କଟ-ଅଷ୍ଟ୍ରେଲିଆ, 11. ପୁନମ ଯାଦବ-ଭାରତ।

ଆଇସିସି ମହିଳା ଟି20 ଟିମ ଅଫ ଦି ଇୟର: 1.ଏଲେସା ହେଲି(ୱିକେଟ କିପର) ଅଷ୍ଟ୍ରେଲିଆ, 2. ଡାନିଏଲ ୱାଟ-ଇଂଲଣ୍ଡ, 3. ମେଗ ଲାନିଙ୍ଗ(କ୍ୟାପଟେନ), 4.ସ୍ମୃତି ମାନ୍ଧାନା-ଭାରତ, 5. ଲିଜଲେ ଲି- ଦକ୍ଷିଣ ଆଫ୍ରିକା,6. ଏଲିସ ପେରୀ-ଅଷ୍ଟ୍ରେଲିଆ, 7. ଦିପ୍ତି ଶର୍ମା-ଭାରତ, 8. ନିଦା ଦାର-ପାକିସ୍ତାନ, 9. ମେହନ ସ୍କଟ-ଅଷ୍ଟ୍ରେଲିଆ, 10. ସବନିମ ଇସଲାମ-ଦକ୍ଷିଣ ଆଫ୍ରିକା, 11. ରାଧା ଯାଦବ-ଭାରତ।

ABOUT THE AUTHOR

...view details