ଅହମ୍ମଦାବାଦ:ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି20 ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି ତାମିଲନାଡୁ । ଅରୁଣ କାର୍ତ୍ତିକଙ୍କ ମ୍ୟାଚ ବିଜୟୀ ପାଳି ଓ ଏମ ମହମ୍ମଦଙ୍କ 4 ୱିକେଟ ହାସଲ ବଳରେ ରାଜସ୍ଥାନ ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ତାମିଲନାଡୁ ।
ଶୁକ୍ରବାର ମୋଟେରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ତାମିଲନାଡୁ ।
ପ୍ରଥମେ ରାଜସ୍ଥାନକୁ ନିର୍ଧାରିତ 20 ଓଭରରେ କଞ୍ଜୁସି ବୋଲିଂ ସହ 154/9ରେ ରୋକିଥିଲେ ତାମିଲନାଡୁ ବୋଲର । ପରେ 155ରନର ପିଛା କରି ପ୍ରାରମ୍ଭିକ ଝଟକା ପରେ କଷ୍ଟକର ହେବାନେଇ ଆଶାକରାଯାଉତିଲା । ମାତ୍ର କ୍ୟାପଟେନ ଦିନେଶ କାର୍ତ୍ତିକଙ୍କ ସହ ମିଶି ଅରୁଣ କାର୍ତ୍ତିକ ଅପରାଜିତ 89 ରନର ପାଳି ଖେଳିବା ସହ 8 ବଲବାକି ଥାଇ ଦଳକୁ ବିଜୟୀ କରାଇଥିଲେ ।