ଓଡିଶା

odisha

ETV Bharat / sports

ଅଗଷ୍ଟରେ ପ୍ରିମିୟର ଲିଗ ପାଇଁ ଚିନ୍ତା କରୁଛି ଶ୍ରୀଲଙ୍କା କ୍ରିକେଟ: ରିପୋର୍ଟ - srilanka cricket, ଅଗଷ୍ଟରେ ପ୍ରିମିୟର ଲିଗ ପାଇଁ ଚିନ୍ତା କରୁଛି ଶ୍ରୀଲଙ୍କା କ୍ରିକେଟ

କୋଭିଡ-19 ସହ ଭଲଭାବେ ମୁକାବିଲା କରିବା ପରେ ଅଗଷ୍ଟରେ ପ୍ରିମିୟର ଲିଗ ପାଇଁ ଶ୍ରୀଲଙ୍କା କ୍ରିକେଟ ଚିନ୍ତା କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ...

SLC mulling to host Premier League in August, srilanka cricket, ଅଗଷ୍ଟରେ ପ୍ରିମିୟର ଲିଗ ପାଇଁ ଚିନ୍ତା କରୁଛି ଶ୍ରୀଲଙ୍କା କ୍ରିକେଟ, ଶ୍ରୀଲଙ୍କା କ୍ରିକେଟ
ଅଗଷ୍ଟରେ ପ୍ରିମିୟର ଲିଗ ପାଇଁ ଚିନ୍ତା କରୁଛି ଶ୍ରୀଲଙ୍କା କ୍ରିକେଟ

By

Published : Jun 21, 2020, 2:51 AM IST

କଲୋମ୍ବୋ: ଭାରତ ଏବଂ ବାଂଲାଦେଶ ଗସ୍ତ ଉପରେ ଅନିଶ୍ଚିତତାର ବାଦଲ ଦେଖାଦଉଥିବା ବେଳେ ଅଗଷ୍ଟ ମାସରୁ ଶ୍ରୀଲଙ୍କା କ୍ରିକେଟ ଟି-20 ଲିଗ୍ ଆରମ୍ଭ କରିବାକୁ ଚିନ୍ତା କରୁଛି।

ଏକ ରିପୋର୍ଟ ଅନୁଯାୟୀ, ଏସସିଏଲ ଅନୁଭବ କରୁଛି ଯେ ଦ୍ବୀପପୁଞ୍ଜ ଅନ୍ୟ ସମସ୍ତ ଦେଶ ଅପେକ୍ଷା କୋଭିଡ-19 ମହାମାରୀକୁ ଭଲଭାବେ ପରିଚାଳନା କରିବା ପରେ ଗୁରୁତ୍ବପୂର୍ଣ୍ଣ ବିଦେଶୀ ଯୋଗଦାନ ସହିତ ଏକ ସୁରକ୍ଷିତ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବାର ସୁଯୋଗ ରହିଛି ।

ରିପୋର୍ଟରେ କୁହାଯାଇଛି ଯେ ଏସଏଲସି ସିଇଓ ଆଶଲି ଡି ସିଲଭା ଅନ୍ୟ ବୋର୍ଡକୁ ଲଙ୍କାନ ପ୍ରିମିୟର ଲିଗ୍ (ଏଲପିଏଲ)ର ଦୃଷ୍ଟିକୋଣ ବିଷୟରେ ଲେଖିଥିବା ବେଳେ ବିଦେଶୀ ଖେଳାଳି ମାନଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ବର୍ତ୍ତମାନ, ଏସସିଏଲ LPL ପାଞ୍ଚଟି ଦଳ ବିଶିଷ୍ଟ କରିବା ସହ ତିନି ସପ୍ତାହରୁ ଅଧିକ ସମୟ ରହିବା ନେଇ ସିଦ୍ଧାନ୍ତ ଉପରେ ଆଲୋଚନା କରୁଥିବା, ରିପୋର୍ଟରେ କୁହାଯାଇଛି।

ଏହାସହ ଭାରତ ସହ ତିନୋଟି ଦିନିକିଆ ଓ ଟି-20 ପାଇଁ ଓ ବାଂଲାଦେଶ ସହ ତିନୋଟି ଟେଷ୍ଟ ସେପ୍ଟେମ୍ବରରେ ଆୟୋଜନ ନେଇ ଆଲୋଚନା କରୁଛି ଏସସିଏଲ ।

@ANI

ABOUT THE AUTHOR

...view details