ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ପଟେଲଙ୍କ ସ୍ପିନରେ ଫସିଲା ଲଙ୍କା - ଏଜାଜ ପଟେଲ

ଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 2ୟ ଦିନ ଖେଳ ଶେଷ ହୋଇଛି । 2ୟ ଦିନରେ ଶ୍ରୀଲଙ୍କାର ସ୍କୋର 227/7 ରହିଛି । ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନର ଏଜାଜ ପଟେଲ(5/76) ହାସଲ କରି ଶ୍ରୀଲଙ୍କାର ବ୍ୟାଟିଂର ଧ୍ବସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

By

Published : Aug 15, 2019, 10:59 PM IST

ଗାଲେ: ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର 2ୟ ଦିନ ଖେଳ ଶେଷ ହୋଇଛି । 2ୟ ଦିନରେ ଶ୍ରୀଲଙ୍କାର ସ୍କୋର 227/7 ରହିଛି । ନ୍ୟୁଜିଲାଣ୍ଡର ବାମହାତୀ ସ୍ପିନର ଏଜାଜ ପଟେଲ(5/76)ଙ୍କ ଦମଦାର ବୋଲିଂ ପାଇଁ ଶ୍ରୀଲଙ୍କାର ବ୍ୟାଟିଂ ଧରାଶାୟୀ ହୋଇଛି । 2ୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ଶ୍ରୀଲଙ୍କା 22ରନରେ ପଛୁଆ ରହିଛି ।

ପ୍ରଥମ ଇଂନିସରେ ନ୍ୟୁଜିଲାଣ୍ଡ 249 ରନ କରିଥିଲା । 2ୟ ଦିନ 203/5ରୁ ପାଳି ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ତେବେ ମାତ୍ର 46 ରନ ଯୋଡିପାରିଥିଲା । 86 ରନରେ ଅପରାଜିତ ଥିବା ରସ ଟେଲର ସମାନ ସ୍କୋରରେ ଆଉଟ ହୋଇଥିଲେ ।


ମିଚେଲ ସାଣ୍ଟନର ମଧ୍ୟ ମାତ୍ର 5ରନ ଯୋଡିବା ପରେ ଆଉଟ ହୋଇଥିଲେ । ଶ୍ରୀଲଙ୍କା ପେସର ଲକମଲ ଉଭୟଙ୍କୁ ଶୀଘ୍ର ଆଉଟ କରି ପ୍ୟାଭିଲିୟନ ପଠାଇଥିଲେ ।

ଚିମ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ଯଥାକ୍ରମେ 14 ଓ 18 ରନର ଯୋଗଦାନ କରିଥିଲେ । ଶେଷ ୱିକେଟ ଭାବେ ଏଜାଜ ପଟେଲ ଶୂନରେ ଆଉଟ ହୋଇଥିବା ବେଳେ, ୱିଲିୟମ ସମରଭାଇଲ ଅପରାଜିତ ରହିଥିଲେ।

ଏହା ପରେ ଶ୍ରୀଲଙ୍କା ପ୍ରଥମରୁ ଲାହିରୁ ଥିରିମନେ(10)ଙ୍କୁ ଦଳିୟ ସ୍କୋର 27 ଥିବାବେଳେ ହରାଇଥିଲା । ତେବେ ନ୍ୟୁଜିଲାଣ୍ଡ ବୋଲିଂର ହିରୋ ସାଜିଥିଲେ ଏଜାଜ ପଟେଲ । ଗାଲେର ଟର୍ଣ୍ଣିଂ ପିଚର ଭରପୁର ଫାଇଦା ଉଠାଇଥିଲେ ପଟେଲ । ନିୟମିତ ବ୍ୟବଧାନରେ ୱିକେଟ ହାସଲ କରି ଶ୍ରୀଲଙ୍କା ବ୍ୟାଟିଂକୁ ଧରାଶାୟୀ କରିଥିଲେ । ତେବେ ମେଣ୍ଡିସ 53, ମାଥ୍ୟୁସ 50 ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏକଦା 161/7 ୱିକେଟ ହରାଇ ସଂକଟରେ ପଡିଥିବା ଶ୍ରୀଲଙ୍କାର ସାହା ସାଜିଥିଲେ ନିରୋସାନ ଡିକୱାଲା (ଅପରାଜିତ 39) ଓ ଲକମଲ(28) । ଉଭୟଙ୍କ ମଧ୍ୟରେ 66ରନର ଅପରାଜିତ ପାର୍ଟନରସିପ ହୋଇଛି ।

ABOUT THE AUTHOR

...view details