ଜୋହାନ୍ସବର୍ଗ: ବୁଧବାର କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) କହିଛି ଯେ ଦେଶର ବିଭିନ୍ନ ସ୍ଥାନରେ ଜୁଲାଇ 10ରୁ ଜୁଲାଇ13 ମଧ୍ୟରେ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ ଏବଂ ଭେନ୍ୟୁ ଷ୍ଟାଫଙ୍କ ଉପରେ କରାଯାଇଥିବା ପ୍ରାୟ 50ଟି ପରୀକ୍ଷଣରୁ 6ଟି କୋଭିଡ-19 ପଜିଟିଭ ରିପୋର୍ଟ ଆସିଛି ।
ଜୁଲାଇ 18 ରେ ହେବାକୁ ଥିବା 3TeamCricket ମ୍ୟାଚ ପାଇଁ ପ୍ରସ୍ତୁତି ଲାଗି ଏହି ଟେଷ୍ଟ କରାଯାଇଥିଲା ।
‘‘6ଟି ସକରାତ୍ମକ ରିପୋର୍ଟ ହୋଇଛି କିନ୍ତୁ ସେଥିମଧ୍ୟରୁ ଅଂଶଗ୍ରହଣକାରୀ ଖେଳାଳିଙ୍କ ମଧ୍ୟରୁ କେହି ନାହାନ୍ତି । ବର୍ତ୍ତମାନର ସ୍ବାସ୍ଥ୍ୟ ବିଭାଗ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର କମ୍ୟୁନିକେବଲ ଡିଜିଜ (NICD)ର ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନ ସିଏସ୍ଏ ମେଡିକାଲ ଟିମ୍ ଦ୍ବାରା ପରିଚାଳିତ ହେଉଛନ୍ତି।’’
ଏଥିରେ କୁହାଯାଇଛି ଯେ, ‘‘କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଛି ଏବଂ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳନା କୌଶଳ ପ୍ରୟୋଗ କରାଯାଇଛି।’’