ଚେନ୍ନାଇ: ଭାରତର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ସୋମବାର ଟେଷ୍ଟ କ୍ୟାରିୟରର 5ମ ଶତକ ହାସଲ କରିଛନ୍ତି । ଅଶ୍ବିନଙ୍କ ଶତକୀୟ ଇଂନିସ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ, ଭାରତ 482 ରନର ବିଶାଳ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସାମ୍ନାରେ ରଖିଛି । ଅଶ୍ବିନ 148 ବଲ୍ରେ 106 ରନ୍ ସଂଗ୍ରହ କରିଛନ୍ତି । ତେବେ ତାଙ୍କର ଶତକୀୟ ପାଳି ପରେ ସିରାଜଙ୍କ ସେଲିବ୍ରେସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
3ୟ ଦିନରେ ଯେତେବେଳେ ଅଶ୍ବିନ ଶତକ ମାରିଥିଲେ , ସେତବେଳେ ନନ୍ଷ୍ଟ୍ରାଇକରେ ଥିବା ସିରାଜ ଖୁସିରେ ଉଲ୍ଲାସିତ ହୋଇ ଉଠିଥିଲେ ଯେପରି ସେ ଶତକୀୟ ଇଂନିସ ଖେଳିଛନ୍ତି ।