କଟକ: ସିନିୟର ମହିଳା ଟି-20 ଚାଲେଞ୍ଜର ଟ୍ରଫି ପାଇଁ ଦଳ ଘୋଷଣା ହୋଇଛି । ଘୋଷିତ ଦଳରେ ଓଡିଶାର 2 କ୍ରିକେଟରଙ୍କୁ ସ୍ଥାନ ମିଳିଛି।ଇଣ୍ଡିଆ-ବି ଦଳରେ ଓଡିଆ ସୁଶ୍ରୀ ଦିବ୍ୟ ଦର୍ଶିନୀ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଇଣ୍ଡିଆ-ସି ଦଳରେ ମାଧୁରୀ ମେହେଟ୍ଟା ସ୍ଥାନ ପାଇଛନ୍ତି।
ସିନିୟର ମହିଳା ଟି20 ଚାଲେଞ୍ଜର ଟ୍ରଫି: ଦୁଇ ଓଡ଼ିଆ ସାମିଲ - ଚାଲେଞ୍ଜର ଟ୍ରଫି ଦଳ ଘୋଷଣା
ସିନିୟର ମହିଳା ଟି-20 ଚାଲେଞ୍ଜର ଟ୍ରଫି ପାଇଁ ଘୋଷଣା ହୋଇଥିବା ଦଳରେ 2 ଜଣ ଓଡିଶା କ୍ରିକେଟଙ୍କୁ ସ୍ଥାନ ମିଳିଛି। ଉଭୟ ଖେଳାଳିଙ୍କୁ ଓଡିଶା କ୍ରିକେଟ ଆସୋସିଏସନ ଶୁଭେଚ୍ଛା ଜଣାଇଛି।

ଚାଲେଞ୍ଜର ଟ୍ରଫିରେ ଦୁଇ ଓଡ଼ିଆ
ଏହି ମେଗା ସ୍ପୋର୍ଟ ଇଭେଣ୍ଟ ଆସନ୍ତା ବର୍ଷ ଜାନୁଆରୀ 4 ରୁ 11 ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ଦୁଇ ଖେଳାଳିଙ୍କୁ ସର୍ବଭାରତୀୟ ମହିଳା ଚୟନ କମିଟି ଦୁଇ ଦଳରେ ଖେଳିବା ପାଇଁ ଗ୍ରୀନ ସିଗନାଲ ଦେଇଛି। ଏହି ଚୟନ ପରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛି ଓଡିଶା କ୍ରିକେଟ ଆସୋସିଏସନ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ