ଓଡିଶା

odisha

ETV Bharat / sports

ଟି-20 ବିଶ୍ବକପ ସ୍ଥଗିତ ରଖିବାକୁ ସାଇମନ କାଟିଚଙ୍କ ପ୍ରସ୍ତାବ - କୋରୋନା ଭାଇରସ

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବର ସମସ୍ତ କ୍ରୀଡା ପ୍ରଭାବିତ ହୋଇଛି । ତେବେ ଫଟାଫଟ କ୍ରିକେଟର ମହାଲଢେଇ ଟି-20 ବିଶ୍ବକପକୁ ସ୍ଥଗିତ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସାଇମନ କାଟିଚ ।

Simon Katich bats for pushing T20 World Cup to next year
ଟି-20 ବିଶ୍ବକପ ସ୍ଥଗିତ ରଖିବାକୁ ସାଇମନ କାଟିଚଙ୍କ ପ୍ରସ୍ତାବ

By

Published : Apr 17, 2020, 11:35 AM IST

ଲଣ୍ଡନ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବର ସମସ୍ତ କ୍ରୀଡା ପ୍ରଭାବିତ ହୋଇଛି । ଏପରିକି ମେଗା ଇଭେଣ୍ଟ ଅଲମ୍ପିକର ସମୟ ସୂଚୀରେ ପ୍ରଥମ ଥର ପରିବର୍ତ୍ତନ ସହ ଓ ୱିମ୍ବଲଡନ ବାତିଲ ହୋଇଛି ।

ତେବେ ଫଟାଫଟ କ୍ରିକେଟର ମହାଲଢେଇ ଟି-20 ବିଶ୍ବକପକୁ ସ୍ଥଗିତ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସାଇମନ କାଟିଚ । 2021 ଫେବୃଆରୀରେ ଏହି ବିଶ୍ବକପ ଖେଳାଯିବା ନେଇ ବିଚାର କରିବାକୁ ପ୍ରସ୍ତାବ ଦେଇଛନ୍ତି ଭେଟେରାନ କାଟିଚ । ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବରରେ ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ସାଇମନ କାଟିଚ ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ କୋଚ ରହିଛନ୍ତି ।

ABOUT THE AUTHOR

...view details