ଓଡିଶା

odisha

କୋଚ ଫିଲ ସିମନ୍ସଙ୍କ ସମର୍ଥନରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ

By

Published : Jul 2, 2020, 6:33 PM IST

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ସଭାପତି ରିକି ସ୍କେରିଅଟ ବୁଧବାର କୋଚ ଫିଲ ସିମନ୍ସଙ୍କୁ ସମର୍ଥନ କରିଛନ୍ତି । କୋଚ ପଦ ହରାଇବାର କୌଣସି ସମ୍ଭାବନା ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Simmons' job is not threatened in any way, he is still the best man, says CWI president
କୋଚ ଫିଲ ସିମନ୍ସଙ୍କ ସମର୍ଥନରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ସଭାପତି ରିକି ସ୍କେରିଅଟ ବୁଧବାର କୋଚ ଫିଲ ସିମନ୍ସଙ୍କୁ ସମର୍ଥନ କରିଛନ୍ତି । କୋଚ ପଦ ହରାଇବାର କୌଣସି ସମ୍ଭାବନା ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବୋର୍ଡର ଅନୁମତି ନେଇ ସିମନ୍ସ ବାପାଙ୍କ ଅନ୍ତେଷ୍ଟକ୍ରିୟାରେ ସାମିଲ ହେବାକୁ ୟାଇଥିବା ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ୱେଷ୍ଟଇଣ୍ଡିଜ କୋଚ ଫିଲ ସିମନ୍ସ

ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଜୁଲାଇ 8ରୁ ଇଂଲଣ୍ଡ ବିପକ୍ଷରେ ଉଭୟ ଟିମ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଆରମ୍ଭ ହେବ । ତେବେ କୋଚ ଫିଲ ସିମନ୍ସ ପିତାଙ୍କ ଦେହାନ୍ତ ହେବାରୁ ଘରକୁ ଫେରିଯାଇଛନ୍ତି ।

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସଭାପତି ରିକି ସ୍କେରିଅଟ

ଏହାପରେ କ୍ରିକେଟ ୱେଷ୍ଟଇଣ୍ଡିଜ ବୋର୍ଡର ସଦସ୍ୟ କଣ୍ଡେ ରିଲେ ସିମନ୍ସଙ୍କୁ ତୁରନ୍ତ ବୋର୍ଡ ପକ୍ଷକୁ ବହିଷ୍କାର କରିବାକୁ କହିଥିଲେ । ରିଲେ ବାର୍ବୋଦାସ କ୍ରିକେଟ ଆସୋସିଏସନର ସଭାପତି ଅଛନ୍ତି ।

ତେବେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଏହାକୁ ଅଗ୍ରାହ୍ୟ କରିବା ସହ, କୋଚ ସିମନ୍ସ ପଦ ସୁରକ୍ଷିତ ବୋଲି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details